ସୁପ୍ରମକୋର୍ଟଙ୍କ ନିର୍ଦେଶ ପରେ ଅଭିଯୋଗକାରୀ ୭ ମହିଳା ରେସଲରଙ୍କୁ ସୁରକ୍ଷା ଦେଲା ଦିଲ୍ଲୀ ପୋଲିସ
ଅଭିଯୋଗ କରିଥିବା ୭ ମହିଳା ରେସଲରଙ୍କୁ ସୁରକ୍ଷା ଦେଲା ଦିଲ୍ଲୀ ପୋଲିସ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ସୁରକ୍ଷା ମିଳିଛି। WFI ମୁଖ୍ୟ ବ୍ରିଜଭୂଷଣ ଶରନ ସିଂଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିବାର ୨ ଦିନ ପରେ ମହିଳା ରେସଲରଙ୍କୁ ସୁରକ୍ଷା ଦେଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବ୍ରିଜଭୂଷଣଙ୍କ ନାଁରେ ମାମଲା ରୁଜୁ କରିଥିଲା ପୋଲିସ ।
ନୂଆଦିଲ୍ଲୀ : ଅଭିଯୋଗ କରିଥିବା ୭ ମହିଳା ରେସଲରଙ୍କୁ ସୁରକ୍ଷା ଦେଲା ଦିଲ୍ଲୀ ପୋଲିସ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ସୁରକ୍ଷା ମିଳିଛି। WFI ମୁଖ୍ୟ ବ୍ରିଜଭୂଷଣ ଶରନ ସିଂଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିବାର ୨ ଦିନ ପରେ ମହିଳା ରେସଲରଙ୍କୁ ସୁରକ୍ଷା ଦେଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବ୍ରିଜଭୂଷଣଙ୍କ ନାଁରେ ମାମଲା ରୁଜୁ କରିଥିଲା ପୋଲିସ ।
ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି ମହିଳା ରେସଲର। ବ୍ରିଜଭୂଷଣଙ୍କ ଗିରଫ ଦାବିରେ ସେମାନେ ଦିଲ୍ଲୀ ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି।
ସେପଟେ WFI ମୁଖ୍ୟ ବ୍ରିଜଭୂଷଣଙ୍କ ଦାବି, ସମସ୍ତ ଅଭିଯୋଗକାରୀ ଗୋଟିଏ ପରିବାର ଓ ଗୋଟିଏ ଆଖଡ଼ାର । ରେସଲିଂ ଫେଡେରେସନ୍ ଉପରେ ୯୦ ପ୍ରତିଶତ କୁସ୍ତିବତଙ୍କ ରହିଛି ଭରସା ବୋଲି କହିଛନ୍ତି WFI ମୁଖ୍ୟ ବ୍ରିଜଭୂଷଣ।