Below header

କଣ୍ଟେନରକୁ ଧକ୍କା ଦେଲା ବସ୍‌: ୧୨ ମୃତ, ୨୩ ଆହତ

ମୁମ୍ବାଇ-ନାଗପୁର ସମୃଦ୍ଧି ଏକ୍ସପ୍ରେସ ୱେରେ କଣ୍ଟେନରକୁ ବସ୍‌ ଧକ୍କା ଦେବା ଫଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଗୁରୁତର ଆହତ ହୋଇଛନ୍ତି । ରାତି ୧.୧୫ରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ମୁମ୍ବାଇ-ନାଗପୁର ସମୃଦ୍ଧି ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା । ଦ୍ରୁତ ଗତିରେ ଯାଉଥିବା ଏକ ମିନି ବସ୍‌ ଏକ କଣ୍ଟେନରକୁ ଧକ୍କା ଦେବା ଫଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି । ମୋଟ ୩୫ ଜଣ ଦୁର୍ଘଟଣାର ଶିକାର ହୋଇଛନ୍ତି । ଔରଙ୍ଗାବାଦର ଭାଇଜାପୁର ଅଞ୍ଚଳର ସମୃଦ୍ଧି ଏକ୍ସପ୍ରେସ ୱେରେ ଏହି ଅଘଟଣ ଘଟିଥିଲା । ରାତି ପାଖାପାଖି ୧.୧୫ ମିନିଟ୍‌ ସମୟରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ କହିଛି ।

ସୂଚନା ମୁତାବକ, ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସ ୱେରେ ବସ୍‌ଟି ନାସିକ ଯାଉଥିଲା । ବସରେ ୩୫ ଜଣ ଯାତ୍ରୀ ରହିଥିବା ବେଳେ ହଠାତ୍‌ କଣ୍ଟେନରକୁ ଧକ୍କା ଦେଇଥିଲା ବସ୍‌ । ଫଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ମୁମ୍ବାଇଠାରୁ ପାଖାପାଖି ୩୫୦ କିମି ଦୂରରେ ଅବସ୍ଥିତ ଭାଇଜାପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା ।

ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ, ୬ ଜଣ ମହିଳା ଓ ଜଣେ ନାବାଳିକା ରହିଥିବା ଜଣାପଡ଼ିଛି । ଆହତ ହୋଇଥିବା ୨୩ ଜଣ ଯାତ୍ରୀଙ୍କ ମଧ୍ୟରୁ କିଛି ଛତ୍ରପତି ସମ୍ଭାଜୀନଗର ସରକାରୀ ହସ୍ପିଟାଲ, କିଛି ନାସିକ ଏବଂ କିଛି ପୁନେ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ପରେ ବସଟିର ଅଧିକାଂଶ ଅଂଶ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି ।

ପୀଡିତ ସବୁ ବୁଲଢାଣାରେ ପ୍ରସିଦ୍ଧ ସୈଲାନୀ ବାବା ଦରଗାକୁ ତୀର୍ଥଯାତ୍ରା କରିବା ପାଇଁ ଯାଇଥିଲେ । ଏମାନେ ଘର ନାସିକକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.