Below header

୧୦ ମିନିଟରେ ଜଳିବ ୧୨ ଲକ୍ଷ ଦୀପ, ହେବ ବିଶ୍ୱ ରେକର୍ଡ

ମହାଶିବରାତ୍ରି ଅବସରରେ ମଧ୍ୟ ପ୍ରଦେଶର ସହର ଉଜ୍ଜୟେନରେ ୨୧ ଲକ୍ଷ ସଂଖ୍ୟକ ଦୀପ ଜଳାଯିବା ନେଇ ଲକ୍ଷ ରଖାଯାଇଛି । ଏ ମଧ୍ୟରୁ ୧୨ ଲକ୍ଷ ସିପ୍ରା ନଦୀକୂଳରେ ଜଳା ଯିବାକୁ ଥିବାବେଳେ ମାତ୍ର ୧୦ ମିନିଟ ସମୟ ଭିତରେ ୧୨ ଲକ୍ଷ ଦୀପ ଜଳାଇବା ମାତ୍ରେ ଏହା ଗିନିଜ ବୁକ ଅଫ ରେକର୍ଡରେ ସହରର ନାଁ ସାମିଲ ହୋଇଯିବ । ଏଯାବତ ଏହି ରେକର୍ଡ ଶ୍ରୀ ରାମଙ୍କ ଜନ୍ମଭୂମି ଅଯୋଧ୍ୟା ନାଁରେ ହିଁ ରହିଛି । ଅଯୋଧ୍ୟାରେ ଦୀପାବଳି ଅବସରରେ ୯
ଲକ୍ଷ ୪୫ ହଜାର ୬୦୦ ସଂଖ୍ୟକ ଦୀପ ଜଳା ଯାଇଥିଲା । ମଙ୍ଗଳବାର ଅର୍ଥାତ ଆଜି ଅନୁଷ୍ଠିତ ହେବାକୁ ଥିବା ଏହି ଭବ୍ୟ ସମାରୋହକୁ “ଶିବ ଜ୍ୟୋତି ଅର୍ପଣମ ମହୋତ୍ସବ” ନାଁ ଦିଆଯାଇଛି । ଅନ୍ୟପକ୍ଷରେ ମହାଶିବରାତ୍ରୀ ଅବସରରେ ମହାକାଳଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ ଜମିବାରେ ଲାଗିଛି । ଆଉ ଏହି ଅବସରରେ ମହାକାଳଙ୍କ ଆକର୍ଷଣୀୟ ଭାବରେ ସାଜସଜ୍ଜା ବି କରାଯାଇଛି ।

ଅନ୍ୟ ପକ୍ଷରେ କହିବାକୁ ଗଲେ ମାର୍ଚ୍ଚ ପହିଲା ଅର୍ଥାତ ଆଜି ଉଜ୍ଜୟେନ ସହର ଏକ ନୂଆ ଇତିହାସ ରଚିବାକୁ ଯାଉଛି । ୨୧ ଲକ୍ଷ ସଂଖ୍ୟକ ଦୀପକୁ ଏକା ସାଙ୍ଗରେ ଦର୍ଶନ କରିବା ପାଇଁ ସାଧାରଣ ଜନତାଙ୍କୁ ରାତି ୮ଟା ପରେ ପ୍ରବେଶର ଅନୁମତି ମିଳିବ । ରାତି ୮ଟା ଯାଏଁ ଘାଟର ସମସ୍ତ ରାସ୍ତା ବନ୍ଦ ରହିବ | ଦ୍ବୀପ ପ୍ରଜ୍ଵଲିତ କରିବା ପାଇଁ ସମସ୍ତ ରାସ୍ତାକୁ ବନ୍ଦ ରଖାଯିବା ନେଇ ସ୍ଥିର କରାଯାଇଛି । କଲେକ୍ଟର ଆଶିଷ ସିଂହଙ୍କ କହିବା ଅନୁଯାୟୀ ଏହି କାର୍ଯ୍ୟକ୍ରମ ମଙ୍ଗଳବାର ସନ୍ଧ୍ୟା ୭ ଟାରେ ଆରମ୍ଭ କରାଯିବ । ରାମଘାଟରେ ସାଇରନ ବାଜିବା ମାତ୍ରେ ୧୨ ଲକ୍ଷ ଦୀପ ଲଗାଯିବା କାମ ଆରମ୍ଭ କରିଦିଆଯିବ । ଯେଉଁଥିପାଇଁ ମାତ୍ର ୧୦ ମିନିଟ ସମୟ ରଖାଯାଇଛି | ଆଉ ଦ୍ଵିତୀୟ ସାଇରନ ବାଜିବା ମାତ୍ରେ ଗିନିଜ ବୁକ ଅଫ ରେକର୍ଡର କର୍ମୀ ମାନେ ଏହାକୁ ନିଜ କ୍ୟାମେରାରେ କଏଦ କରିନେବେ ।

ଦୀପ ଜଳାଇବା ଦାୟିତ୍ୱରେ ଥିବା ସମସ୍ତ କର୍ମୀ ୭.୩୦ ମିନିଟରେ ଫ୍ରି ହୋଇଯିବେ । ଘାଟରେ ଏକା ସାଥିରେ ୬୦୦୦ ବ୍ଲକର ୧୨୦ ସେକ୍ଟରରେ ପ୍ରାୟ ୧୪ ଲକ୍ଷ ଦୀପ ରଖାଯାଇଛି । ଏହି ଦିପୋତ୍ସବରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବି ସାମିଲ ହୋଇ ଦ୍ବୀପ ଜଳାଇବା ନେଇ ସ୍ଥିର ହୋଇଛି । ଉଜ୍ଜୟେନ ବ୍ୟତୀତ ଦେବାସ ଓ ଇନ୍ଦୋରରେ ବି ଦୀପ ପ୍ରସ୍ତୁତ କରାଯାଇଛି । ଆଉ ଦୀପ ଜଳାଇବା ପାଇଁ ୧୪ ହଜାର ମହାମବତି ପ୍ରସ୍ତୁତ କରାଯାଇଛି । ଉତ୍ସବ ପାଳିବା ପରେ ଦୀପ ଗୁଡିକୁ ରିସାଇକେଲ କରାଯିବ । ଆଉ ଏହି ମାଟିରେ ଭଗବାନ ଶିବଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ସ୍ଥାୟୀ ଭାବରେ ସ୍ଥାପନ କରାଯିବା ନେଇ ଲକ୍ଷ ରଖାଯାଇଛି । ଆଉ ବଳିଥିବା ତେଲରେ ଗୋଶାଳା ମାନଙ୍କରେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.