Below header

ୟୁକ୍ରେନ ଉପରେ ବଡ଼ ହମ୍‌ଲା ନେଇ ରୁଷର ପ୍ରସ୍ତୁତି ; ନ୍ୟୁକ୍ଲିୟର ସବ୍‌ମେରାଇନରୁ ହୋଇପାରେ ଆକ୍ରମଣ

ନୂଆଦିଲ୍ଲୀ : ଶାନ୍ତି କଥାବାର୍ତ୍ତା ପରେ ବି ଥମୁନି ଯୁଦ୍ଧ । ଚାଲିଛି ଜୋରଦାର ଲଢ଼େଇ । ୟୁକ୍ରେନ ଉପରେ ବଡ଼ ହମ୍‌ଲା ନେଇ ରୁଷର ପ୍ରସ୍ତୁତି । ସାଟେଲାଇଟ ଫଟୋରୁ ଏହା ସାମନାକୁ ଆସିଛି । ଏଥିରେ ବହୁ ସଂଖ୍ୟାରେ ମିଲିଟାରୀ ଟ୍ୟାଙ୍କ, ଯୁଦ୍ଧ କମାଣ ଓ ବିପୁଳ ଗୋଳାବାରୁଦ ଦେଖିବାକୁ ମିଳିଛି । ୬୪ କିଲୋମିଟର ଦୀର୍ଘ ରାସ୍ତାରେ ରୁଷର ସାମରିକ କନଭୟ ଲମ୍ବିଥିବା ଦେଖାଯାଇଛି ।

ସେହିପରି ନ୍ୟୁକ୍ଲିୟର ସବ୍‌ମେରାଇନରୁ ହୋଇପାରେ ଆକ୍ରମଣ । ଏଥିପାଇଁ ରୁଷ ପକ୍ଷରୁ ଅଭ୍ୟାସ କରାଯାଉଛି । କୃଷ୍ଣ ସାଗରରେ ସମରାଭ୍ୟାସ କରୁଛି ରୁଷ । ନ୍ୟୁକ୍ଲିଅର ଫୋର୍ସକୁ ହାଇଆଲର୍ଟରେ ରଖିଛନ୍ତି ପୁଟିନ । ଏଭିତରେ କିଭ୍‌ର ଉତ୍ତର ଭାଗରେ ଆର୍ଟିଲେରି ଆକ୍ରମଣକୁ ଜୋରଦାର କରିଛି ମସ୍କୋ । ଖାର୍‌କିଭ ଓ ଚେରନିଭ୍‌ରେ ବି ଆର୍ଟିଲେରି ମାଡ଼ କରାଯାଉଛି । ଜନବସତିରେ ଆର୍ଟିଲେରି ମାଡ଼ ଯୋଗୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ଥିବା କହିଛି ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରାଳୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.