ଅଣସଂରକ୍ଷିତ ଟିକେଟକୁ ନେଇ ଆଉ ହେବନାହିଁ ସମସ୍ୟା, ରେଳ ମନ୍ତ୍ରୀ ଲାଗୁ କଲେ ନୂଆ ବ୍ୟବସ୍ଥା

ଟ୍ରେନରେ ଭାରତର ଅନେକ ଲୋକ ଯାତ୍ରା କରିଥାନ୍ତି । କାରଣ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଟ୍ରେନ ସବୁଠୁ ଭଲ ବିକଳ୍ପ ବୋଲି ମନାଯାଏ । ଏହା ଖୁବ କମ ସମୟରେ ଆମକୁ ସଠିକ ସ୍ଥାନରେ ପହଞ୍ଚାଇଥାଏ। ଦର୍ଶକବନ୍ଧୁ ଭାରତର ଲାଇଫ ଲାଇନ ଟ୍ରେନ ସମ୍ପର୍କରେ ଆପଣ କେତେ ଜାଣିଛନ୍ତି? ଅନେକ ଲୋକ ଟ୍ରେନରେ ଯାତାୟାତ କରିଥାନ୍ତି। କିନ୍ତୁ ଟ୍ରେନର ସବୁ ନିୟମ ସମ୍ପର୍କରେ କାହାକୁ ବେଶି କିଛି ଜଣାନଥାଏ। ଆଜି ଜାଣନ୍ତୁ ଭାରତୀୟ ରେଳରେ ଲାଗୁ ହେବାକୁ ଥିବା ନୂଆ ନିୟମ।
ଏବେ ଟ୍ରେନରେ ଅଣସଂରକ୍ଷିତ କୋଚପାଇଁ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଯେଉଁମାନେ ଏବେ ଟ୍ରେନରେ ଯିବା ପାଇଁ ଅସୁବିଧା ଭୋଗ କରୁଥିଲେ ସେମାନଙ୍କ ସମସ୍ୟାକୁ କମ କରିବା ପାଇଁ ଭାରତୀୟ ରେଳ ବିଭାଗ ନୂଆ ନିଷ୍ପତ୍ତି ନେଇଛନ୍ତି। ରେଳମନ୍ତ୍ରାଳୟ ପକ୍ଷରୁ ଏହି ନୂଆ ନିୟମକୁ ବାହାର କରାଯାଇଛି।

ଟ୍ରେନରେ ଯାତ୍ରା କରୁଥିବା ବ୍ୟକ୍ତି ରେଳ ଷ୍ଟେସନର କିଛି ନିୟମ ଜାଣି ରଖିବା ଉଚିତ୍। ଏହା ଜାଣିବା ଦ୍ୱାରା ଯାତ୍ରା କରୁଥିବା ସମୟରେ କୌଣସି ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିବ ନାହିଁ। ଭାରତୀୟ ରେଳ ପ୍ରତିଦିନ କୋଟି କୋଟି ଲୋକଙ୍କୁ ନେଇ ପୂର୍ବରୁ ପଶ୍ଚିମକୁ ଓ ଉତ୍ତରରୁ ଦକ୍ଷିଣଙ୍କୁ ଯାତ୍ରା କରୁଥାଏ। ରେଲୱେ ଷ୍ଟେସନର କିଛି ନିୟମ ଯାତ୍ରୀ ଜାଣି ରଖିବା ଉଚିତ୍, ଯାହା ଦ୍ୱାରା ଟ୍ରେନରେ ଯାତ୍ରା କରିବା ବେଳେ ଆପଣଙ୍କୁ କୌଣସି ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିବ ନାହିଁ।
ରେଳଯାତ୍ରୀଙ୍କ ସୁବିଧାକୁ ଧ୍ୟାନରେ ରଖି ଟ୍ରେନରେ ଜେନେରାଲ କୋଚର ପୁରୁଣା ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରେଳମନ୍ତ୍ରାଳୟ ଦ୍ୱାରା ଏହି ଆଦେଶକୁ ଜାରୀ କରାଯାଇଛି। ଏହି ଆଦେଶ ମୁତାବିକ ଏବେ ଯାତ୍ରୀ ମାନେ ପୁଣିଥରେ ଟ୍ରେନରେ ଜେନେରାଲ ଟିକେଟ ସାହାଯ୍ୟରେ ଯାତ୍ରା କରିପାରିବେ। ଏହାସହ ଯାତ୍ରୀମାନଙ୍କୁ ଏବେ ଜେନେରାଲ ଟ୍ରେନ ଟିକେଟ ନେବା ପାଇଁ କୌଣସି ଅସୁବିଧା ହେବ ନାହିଁ। ମହାମାରୀ ପରେ ଏବେ ରେଳ ବିଭାଗ ଟିକେଟକୁ ନେଇ ସମସ୍ତ ଅସୁବିଧାକୁ ଦୂର କରିଦେଇଛି। ପୂର୍ବରୁ ଥିବା ବ୍ୟବସ୍ଥା ଭଳି ଏବେ ଦ୍ୱିତୀୟ ଶ୍ରେଣୀ କୋଚରେ ଯିବା ପାଇଁ ଷ୍ଟେସନକୁ ଯାଇ ଜେନେରାଲ ଟିକେଟ କିଣିପାରିବେ ।

ଭାରତୀୟ ରେଳ ବିଭାଗର ସୂଚନା ଅନୁଯାୟୀ ଆଡଭାନ୍ସ ରିଜର୍ଭେସନ ପିରିୟଡ ସମୟ ଶେଷ ହେବା ପରେ ଯାତ୍ରୀ ମାନେ ଜେନେରାଲ ଟିକେଟ ଦ୍ୱାରା ଯାତ୍ରା କରିପାରିବେ। ସୂଚନା ଅନୁଯାୟୀ ଆଡଭାନ୍ସ ରିଜର୍ଭେସନ ପିରିୟଡ ୧୨୦ ଦିନ ପର୍ଯ୍ୟନ୍ତ ରହିଥାଏ। ଏହାସହ ଟ୍ରେନରେ ଜେନେରାଲ କୋଚରେ ଅଣସଂରକ୍ଷିତ କୋଚ ଅନ୍ତର୍ଗତ କରାଯିବ। ଯାହାକି ମହାମାରୀ ପୂର୍ବରୁ ଥିଲା।
ତେବେ ସରକାର କରୋନା ମହାମାରୀ କାରଣରୁ ଲୋକମାନଙ୍କ ମଧ୍ୟରେ ସାମାଜିକ ସହ ଶାରୀରିକ ଦୂରତାକୁ ରକ୍ଷା କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିଲେ। ଜେନେରାଲ କୋଚର ବ୍ୟବସ୍ଥାରେ ପରିବର୍ତ୍ତନ କରିଥିଲେ। ଏହାପରେ ଯାତ୍ରୀମାନେ ଦ୍ୱିତୀୟ ଶ୍ରେଣୀରେ ଯିବାପାଇଁ ମଧ୍ୟ ପ୍ରଥମରୁ ରିଜର୍ଭେସନ କରିବାକୁ ପଡୁଥିଲା। କିନ୍ତୁ ଏବେ ପୂର୍ବ ବ୍ୟବସ୍ଥାକୁ ପୁଣି ଥରେ ଲାଗୁ କରାଯାଇଛି।