Below header

ପ୍ରଦୂଷଣ ରୋକିବା ପାଇଁ ୧୫ବର୍ଷ ପୁରୁଣା ଗାଡ଼ି ଉପରେ ଲାଗିବ ରୋକ

ସଡ଼କ ପରିବହନ ତଥା ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରସ୍ତାବ ଜାରି କରାଯାଇଛି। ପୁରୁଣା ଗାଡିର ନବୀକରଣକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି। ୧ ଅପ୍ରେଲ ୨୦୨୨ରୁ ୧୫ବର୍ଷ ପୁରୁଣା ପଞ୍ଜିକୃତ ଗାଡିକୁ ଆପଣ ନବୀକରଣ କରିପାରିବେ ନାହିଁ। ନିୟମରେ ସଂଶୋଧନ ଆଣିବାପାଇଁ ସରକାର ଅଧିସୂଚନା ଜାରି କରିଛନ୍ତି । ଏଠାରେ ହିତାଧିକାରୀ ନିଜର ମତ ରଖିବେ।

ଅଧିସୂଚନା ଅନୁଯାୟୀ ପ୍ରସ୍ତାବରେ ମୋହର ଲାଗିବା ପରେ ଏହି ନିୟମ ସମସ୍ତ ସରକାରୀ ବିଭାଗ ପାଇଁ ଜାରି କରାଯାଇଛି। । ଟ୍ଵିଟ ଯୋଗେ ଏହି ସୂଚନା ମିଳିଛି ଯେ, ୧ ଅପ୍ରେଲ ୨୦୨୨ରୁ ସରକାରୀ ବିଭାଗ ୧୫ବର୍ଷ ପୁରୁଣା ଗାଡ଼ି ପ୍ରମାଣପତ୍ର ନବୀକୃତ କରାଯାଇପାରିବ ନାହିଁ। ଏହା ସରକାରୀ – କେନ୍ଦ୍ରୀୟ , ରାଜ୍ୟ , କେନ୍ଦ୍ରଶାସିତ ପ୍ରଦେଶ ତଥା ନଗରପାଳିକାସ୍ତରରେ ଲାଗୁ କରାଯିବ ।

ମନ୍ତ୍ରାଳୟ ପକ୍ଷରୁ ୧୨ମାର୍ଚ୍ଚରୁ ଏ ସଂପର୍କରେ ସୂଚନା ଦିଆଯାଇଥିଲା। ହିତାଧିକାରୀ ୧ମାସ ମଧ୍ୟରେ ଟିପ୍ପଣୀ ଓ ଆପତ୍ତି ରଖିବେ । ସମୟସୀମା ପରେ ଏହା ନବୀକୃତ କରାଯାଇପାରିବ ନାହିଁ । ସଂସଦରେ ୧ଫେବୃଆରୀ ୨୦୨୧-୨୨ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗାଡି ସ୍କ୍ରିପିଂ ପଲିସି ସଂପର୍କରେ ପ୍ରସ୍ତାବ ଜାରି କରିଥିଲେ।

ଶେଷରେ ଯଦି ଆପଣଙ୍କ ଗାଡ଼ି ୮ ବର୍ଷ ପୁରୁଣା ହୋଇଥାଏ , ତେବେ ଏହି ନିୟମ ଲାଗୁ ହେବା ପରେ ଗ୍ରୀନ ଟ୍ୟାକ୍ସ ଦେବାକୁ ପଡିବ । ଯାହାକି ରୋଡ ଟ୍ୟାକ୍ସ ଠାରୁ ୧୦ରୁ ୨୫% ମଧ୍ୟରେ ରହିବ।

dd

ରିପୋର୍ଟ ଅନୁଯାୟୀ , ନୂଆ ଗାଡ଼ି ତୁଳନାରେ ପୁରୁଣା ଗାଡ଼ି ୧୦-୧୨ ଗୁଣ ଅଧିକ ପ୍ରଦୂଷଣ କରିଥାଏ। ଏହାକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ନିୟମ ଇଲେକଟ୍ରୋନିକ , ସିଏନଜି, ଇଥେନାଲ ଏବଂ ଏଲପିଜି ଭଳି ବିକଳ୍ପ ଇନ୍ଧନରେ ଚାଲୁଥିବା ଗାଡ଼ି ଉପରେ ଲାଗୁ କରାଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.