କଟକ: ଭିନ୍ନ ଜଣେ ସାଲବେଗଙ୍କ କଣ୍ଠରେ ଭାବ ବିନୋଦିଆଙ୍କ ଭଜନ, ରେକର୍ଡ କରାଇଲେ ଅଭିନେତ୍ରୀ ବର୍ଷା ଓ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ

କଟକ(କେନ୍ୟୁଜ୍):  ନାଁ ଅବଦୁଲ ସମଦ ନିଜାମୀ। ଘର କଟକ ଜିଲ୍ଲା ପ୍ରହରାଜପୁରରେ।  ସେ ଜଣେ ମୁସଲମାନ। ହେଲେ ତାଙ୍କର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ରହିଛି ଅହେତୁକ ଶ୍ରଦ୍ଧା ଓ ଭକ୍ତି। ସେ ଜଣେ ଦୃଷ୍ଟିହୀନ ହେଲେ ବି ୧୯୭୪ ମସିହାରୁ ଗୀତ ଶିଖିବା ପାଇଁ ତାଙ୍କ ଭିତରେ ଥିଲା ଆକୁଣ୍ଠ ଇଚ୍ଛା। କିନ୍ତୁ ଆର୍ଥିକ ସଙ୍କଟ ଯୋଗୁ ସେ ଆଗକୁ ଯାଇପାରିଲେ ନାହିଁ। ହେଲେ ତାଙ୍କ ସବୁ ସମୟରେ ସହଯୋଗ କରି ନିଜ ଶିଶ୍ଯ ପରି ବ୍ଯବହାର କରି ତାଙ୍କୁ ଆଗକୁ ବଢେଇବା ପାଇଁ କାର୍ଯ୍ଯ କରୁଛନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ଆଚାର୍ଯ୍ଯ।

ହଟିଆ ଠାକୁର ଗୀତ ଗାଇବା ପରେ ତାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥଲା। ତା ପରେ ଲୋକେ ତାଙ୍କୁ ଜାଣିପାରିଲେ। ହେଲେ ସେ ଆଗକୁ ବଢ଼ି ପାରୁନଥିଲେ। ତେବେ ତାଙ୍କ ଏହି ପ୍ରତିଭାକୁ ଦେଖି ସମାଜସେବୀ ବର୍ଷା ପ୍ରିୟଦର୍ଶନୀଙ୍କ ସହଯୋଗରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ନାୟକଙ୍କ ନିର୍ଦ୍ଦେଶନାରେ ସମଦ ନିଜାମୀ କଟକର ପ୍ରତିଭା ଷ୍ଟୁଡିଓରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ ଭଜନ ରେକର୍ଡ କରିଥିଲେ।

 କେନ୍ୟୁଜରେ ମାଧ୍ୟମରେ  ଚାଚାଙ୍କ ଗୀତ ଶୁଣିବା ପରେ ତାଙ୍କୁ ଜାଣିବାକୁ ପାଇଲେ ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀ। ତାଙ୍କ ସ୍ୱର କିଭଳି ଆଗକୁ ପହଞ୍ଚି ପାରିବ  ସେହି ପ୍ରୟାସରେ ଲାଗି ପଡିଲେ ବର୍ଷା। କୋରାପୁଟର ନମିତାକୁ ଯେଉଁଭଳି ଭାବେ ଗୀତ ଗାଇବାରେ ସାହାଯ୍ଯ କରିଥିଲେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ନାୟକ।

cuttack

ସେହିଭଳି ଭାବେ ସେ ସମଦ ଚାଚାଙ୍କୁ ସାହାଯ୍ୟ କରିଛନ୍ତି। ଆଗାମୀ ସମୟରେ ଆହୁରି ଏଭଳି ପ୍ରତିଭାଙ୍କୁ ଆଗକୁ ସୁଯୋଗ ଦିଆଯିବ ବୋଲି ସେ କହିଛନ୍ତି।  ଜଗନ୍ନାଥଙ୍କ ପ୍ରତି ସମର୍ପଣ ଓ ଭଲ ପାଇବା ତାଙ୍କୁ ଆଗକୁ ନେଇ ଆସିଛି। ଭିକାରୀ ବଳ ତାଙ୍କ ସହ ମୋ ଗୁରୁ ଥିଲେ। ତେବେ ତାଙ୍କୁ ସଙ୍ଗୀତ ନିର୍ଦ୍ଦେଶନା ଦେବାରେ କୌଣସି ଅସୁବିଧା ହେଲାନାହିଁ। ତାଙ୍କ ଇଛା ଥିଲା ମୋ ସହ ଗୀତ ଗାଇବା ପାଇଁ। ତେବେ ତାଙ୍କର ଏହି ଇଛାକୁ ପୂରଣ କରିଛନ୍ତି ବର୍ଷା ବୋଲି କହିଲେ ପ୍ରେମାନନ୍ଦ ନାୟକ।

Leave A Reply

Your email address will not be published.