ସୁମିରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଢ଼ିଲା ଚିନ୍ତା, ଫସିଛନ୍ତି ୧୭୦୦ ବିଦେଶୀ ଛାତ୍ରଛାତ୍ରୀ

କେନ୍ୟୁଜ୍(ବ୍ୟୁରୋ): ସୁମିରେ ଫସିଛନ୍ତି ୧୭୦୦ ବିଦେଶୀ ଛାତ୍ରଛାତ୍ରୀ । ସୁମିରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଚିନ୍ତା ବଢ଼ିଲା । ଖାରଖିଭ୍‌ର ଉତ୍ତରରେ ୟୁକ୍ରେନର ବଡ଼ ସହର ସୁମି । ୧୭୦୦ ବିଦେଶୀ ଛାତ୍ରଛାତ୍ରୀ ସୁମିରେ ଫସିରହିଛନ୍ତି । ଏମାନଙ୍କ ଭିତରେ ୮୦୦ ଭାରତୀୟ ଛାତ୍ରଛାତ୍ରୀ । ଓଡ଼ିଶାର ୧୦ ଛାତ୍ରଛାତ୍ରୀ ସୁମିରେ ଅଛନ୍ତି । ସୁମିରେ ତୁରନ୍ତ ଅସ୍ତ୍ରବିରତି ଘୋଷଣା ପାଇଁ ଋଷ, ୟୁକ୍ରେନ ସରକାରଙ୍କୁ ଭାରତ କହିଛି । ସୁମିରେ ଥିବା ଛାତ୍ରଛାତ୍ରୀ ସୀମା ଆଡକୁ ଯିବାକୁ ଭିଡ଼ିଓ ଜାରି କରିଛନ୍ତି । ବିଦେଶ ମନ୍ତ୍ରାଳୟ ସେମାନଙ୍କୁ ବଙ୍କର ଭିତରେ ରହିବାକୁ କହିଛନ୍ତି । ଏବେ ଚ୍ୟାଲେଞ୍ଜ ପାଲଟିଛି ଓ୍ଵାର ଜୋନ୍‌ ସୁମୀ ।

ସେପଟେ  ୟୁକ୍ରେନ ଦକ୍ଷିଣରେ ଋଷ ଆକ୍ରମଣ ତେଜୁଛି । ୟୁକ୍ରେନର ଦକ୍ଷିଣରେ ଯୁଦ୍ଧ ବିରତି କାମ କଲାନାହିଁ । ମାରିୟୁପୁଲରୁ ନାଗରିକଙ୍କୁ ଉଦ୍ଧାର କରାଯାଇପାରିଲା ନାହିଁ । ଭୋଲନୋଭାଖାରୁ ନାଗରିକଙ୍କୁ ଉଦ୍ଧାର ହୋଇପାରିଲା ନାହିଁ । କିଭ୍‌ ନିକଟରେ ଥିବା ଇରପିନ୍‌ରେ ଋଷର ଘନଘନ ଆକ୍ରମଣ । ଆଜି ଋଷ ସେନା ଟାର୍ଗେଟରେ ରହିଛି ସୁମି, ଇରପିନ, ମାରିୟୁପୁଲ, ଭୋଲନୋଭାଖା।

Leave A Reply

Your email address will not be published.