ମାଲଗୋଦାମରେ ଯଥେଷ୍ଟ ପରିମାଣରେ ଖାଇବା ତେଲ ମହଜୁଦ ଅଛି, ଭୟଭୀତ ନହୋଇ ଆବଶ୍ୟକତା ଠାରୁ ଅଧିକ ତେଲ କିଣନ୍ତୁ ନାହିଁ : ବଣିକ ସଂଘ

କଟକ(କେନ୍ୟୁଜ୍):  ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ଖାଇବା ତେଲ ଅଭାବ ପ୍ରସଙ୍ଗକୁ ନେଇ ମତ ରଖିଲା କଟକ ବଣିକ ସଂଘ । ମାଲଗୋଦାମରେ ଯଥେଷ୍ଟ ପରିମାଣରେ ଖାଇବା ତେଲ ମହଜୁଦ ରହିଛି । ତେଲକୁ ନେଇ ବହୁ ଗୁଜବ ସୃଷ୍ଟି ହେଉଛି । ତେଣି ଭୟଭୀତ ନହୋଇ ଆବଶ୍ୟକତା ଠାରୁ ଅଧିକ ତେଲ ନ କିଣିବା ପାଇଁ ଗ୍ରାହକମାନଙ୍କୁ ଅପିଲ୍‌ କରିଛି କଟକ ବଣିକ ସଂଘ ।

ଖାଇବା ତେଲ ଆମଦାନୀକୁ ସ୍ୱାଭାବିକ ରଖିବା ପାଇଁ ପ୍ରୟାସ ଜାରି ରଖିଛି ସଂଘ। କଳାବଜାର କରୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ସଂଘ କହିଛି । ୮୦ ପ୍ରତିଶତ ସୂର୍ଯ୍ୟମୁଖୀ ତେଲ ୟୁକ୍ରେନରୁ ଆମଦାନୀ କରେ ଭାରତ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଆମଦାନୀ ଖର୍ଚ୍ଚ ବଢିଛି, ତେଣୁ ଖାଇବା ତେଲ ମୁଲ୍ୟ ବୃଦ୍ଧି ହୋଇଛି ବୋଲି କହିଛି କଟକ ବଣିକ ସଂଘ ।

Leave A Reply

Your email address will not be published.