Below header

ରୁଷରେ ପହଞ୍ଚିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତଲି ବେନେଟ୍‌, ଶାନ୍ତି ଆଲୋଚନାରେ କରିବେ ମଧ୍ୟସ୍ଥତା

କେନ୍ୟୁଜ୍(ବ୍ୟୁରୋ): ଶାନ୍ତି ଆଲୋଚନାରେ ମଧ୍ୟସ୍ଥତା କରିବାକୁ ରୁଷରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତଲି ବେନେଟ୍‌ । ସେ ମସ୍କୋରେ ପୁଟିନ୍‌ଙ୍କୁ ଭେଟିଛନ୍ତି । ୩ ଘଣ୍ଟା ଧରି ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଛି । ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ପାଶ୍ଚାତ୍ୟ ନେତା ଭାବେ ସେ ପୁଟିନ୍‌ଙ୍କୁ ଭେଟିଛନ୍ତି । ସେ ଗତକାଲି ସକାଳେ ମସ୍କୋ ଅଭିମୁଖେ ବାହାରିଥିଲେ । ବୁଧବାର ପୁଟିନଙ୍କ ସହ ଆଲୋଚନା ପରେ ସେ ମସ୍କୋ ଗସ୍ତର ଯୋଜନା କରିଥିଲେ । ଯୁଦ୍ଧ ଆରମ୍ଭ ହେବା ପରେ ପୁଟିନଙ୍କ ସହ ଦୁଇଥର ଓ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ସହ ଗୋଟିଏ ଥର କଥା ହୋଇଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ। ଦୁଇ ପକ୍ଷ ମଧ୍ୟରେ ମଧ୍ୟସ୍ଥତା କରିବାକୁ ତାଙ୍କୁ ପ୍ରସ୍ତାବ ଦେଇଥିଲେ ଜେଲେନ୍‌ସ୍କି ।

ଅନ୍ୟପଟେ ସୋମବାର ରୁଷ-ୟୁକ୍ରେନ ତୃତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା । ୟୁକ୍ରେନ୍‌ ପ୍ରତିନିଧି ମଣ୍ଡଳୀର ସଦସ୍ୟ ତଥା ସାଂସଦ ଡେଭିଡ୍‌ ଆରଖାମିଆ ଫେସବୁକ୍‌ ପୋଷ୍ଟରେ ଏ ନେଇ ସୂଚନା ଦେଇଛନ୍ତି । ପୂର୍ବରୁ ଦୁଇ ଦେଶ ମଧ୍ୟରେ ୨ ପର୍ଯ୍ୟାୟ ଶାନ୍ତି ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ସୋମବାର ତୃତୀୟ ପର୍ଯ୍ୟାୟ ଆଲୋଚନା ହେବ । ପୂର୍ବ ୨ ପର୍ଯ୍ୟାୟ ଆଲୋଚନା ବେଲାରୁଷ୍‌ ସୀମାରେ ହୋଇଥିଲା। .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.