Below header

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟିଲା ଆଳୁ, ପିଆଜ ଓ ତେଲ, କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତି ପରେ ବଦଳିଲା ନିୟମ

୧୯୫୫ର ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍‌ର ସଂଶୋଧନକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍‌। ଏହା ଦ୍ୱାରା ଖାଦ୍ୟଶସ୍ୟ, ତୈଳବୀଜ, ଆଳୁ ଓ ପିଆଜର ଦର ନିୟନ୍ତ୍ରଣମୁକ୍ତ ହେବ। ଏଥିସହ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ଖାଦ୍ୟଶସ୍ୟ, ଆଳୁ, ପିଆଜ, ଡାଲି ଓ ତେଲ ହଟିବ। ସରକାରଙ୍କ ଏହି ନୂତନ ନିଷ୍ପତ୍ତି ଦ୍ୱାରା କୃଷକମାନେ ଅଧିକ ଲାଭବାନ ହେବେ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି।


ସେ କହିଛନ୍ତି ଯେ କ୍ୟାବିନେଟ୍‌ କୃଷିଜାତ ସାମଗ୍ରୀ ବିକ୍ରି ଓ ବିପଣନ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି। ଏହା ଦ୍ୱାରା କୃଷକମାନେ ଏପିଏମ୍‌ସି ମଣ୍ଡି ବାହାରେ ମଧ୍ୟ ନିଜ ଉତ୍ପାଦ ବିକ୍ରି କରିପାରିବେ। ଏମିତିକି ରାଜ୍ୟ ବାହାରେ ମଧ୍ୟ ସେମାନେ ନିଜ ଉତ୍ପାଦ ବିକି ପାରିବେ। ଏହି ନୂଆ ଆଇନ୍‌ ଫଳରେ କୃଷକ ନିଜ ସାମଗ୍ରୀ ବିକ୍ରି ପାଇଁ ସ୍ୱାଧୀନ ଭାବେ ନିଷ୍ପତ୍ତି ନେଇପାରିବେ ବୋଲି ଜଣାଯାଇଛି। ସରକାର ଏସବୁ ନିଷ୍ପତ୍ତି ନେବା ବେଳେ ଖାଉଟିଙ୍କ ସ୍ୱାର୍ଥକୁ ମଧ୍ୟ ନଜରରେ ରଖିଛନ୍ତି। ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ସ୍କିମ୍‌ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ଘୋଷଣା କରିଥିଲେ।

Potato, Onion Price Shoot Up In Odisha - ODISHA BYTES

 

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ କୋଲକତା ପୋର୍ଟ ଟ୍ରଷ୍ଟର ନାମ ପରିବର୍ତ୍ତନ କରାଯାଇ ଶ୍ୟାମାପ୍ରସାଦ ମୁଖାର୍ଜୀ ପୋର୍ଟ ଟ୍ରଷ୍ଟ କରାଯାଇଛି। ଏଥିସହ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.