Below header

ଦିନ ଦ୍ବିପ୍ରହରେ ଏଜି ଛକରେ ମହିଳାଙ୍କ ଠାରୁ ଲୁଟ ଉଦ୍ୟମ କଲେ ଲୁଟେରା, କ୍ୟାପିଟାଲ ଥାନାରେ ଅଭିଯୋଗ

କେନ୍ୟୁଜ୍ (ବ୍ୟୁରୋ): ଦିନ ଦ୍ବିପ୍ରହରେ ଏଜି ଛକରୁ ମହିଳାଙ୍କ ଠାରୁ ଲୁଟ ଉଦ୍ୟମ କଲେ ଲୁଟେରା । କ୍ୟାପିଟାଲ ଥାନାରେ ଅଭିଯୋଗ । ମଳିଥିବା ସୂଚନା ମୁତାବକ ଶୈଳଶ୍ରୀବିହାର ଦୁଇଜଣ ମହିଳା ମାର୍କେଟ ବିଲ୍ଡିଂରୁ କିଣା କିଣି କରି ଅପରାହ୍ନ ୨.୫୦ରେ  ନିଜ ଘରକୁ ଫେରିବା  ପାଇଁ ଏଜି ଛକ ନିକଟରେ ଅଟୋକୁ ଅପେକ୍ଷା କରି ଛିଡା ହୋଇଥିଲେ  ଏହି ସମୟରେ ବାଇକରେ ଦୁଇଜଣ ଲୁଟେରା ତାଙ୍କ ନିକଟକୁ ଆସି ଛିନାତାଇ କରିବାକୁ  ଉଦ୍ୟମ  କରିଥିଲେ। ଦୁର୍ବୃତ୍ତ ମାନେ ଟଣା  ଓଟରା  କରିବା ବେଳେ ମହିଳା ଦ୍ବୟ ପାଟି  କରି ନିକଟରେ ଥିବା ଲୋକଙ୍କୁ  ଡାକିବାରୁ ସେମାନେ ସେଠାରୁ ଖସି ପଳାଇଥିଲେ। ତେବେ ଦୁର୍ବୃତ୍ତଙ୍କ ଟଣା ଓଟରାରେ ମହିଳାଦ୍ବୟ ଆହତ ହେଇଯାଇଛନ୍ତି। ଏହି  ଘଟଣାପରେ ପୀଡିତ ମହିଳା କ୍ୟାପିଟାଲ ଥାନାରେ ଏକ ଏତଲା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.