ଆଚାର୍ଯ୍ୟ ଚାଣକ୍ୟ ସେହିସବୁ ବିଷୟକୁ ଗଭୀର ଭାବରେ ଅଧ୍ୟୟନ କରିଥିଲେ ଯାହା ମଣିଷକୁ ପ୍ରଭାବିତ କରିଥାଏ । ମଣିଷ ଜୀବନରେ ସୁଖ, ଦୁଃଖ, କ୍ରୋଧ ଇତ୍ୟାଦି ଆସିଥାଏ ଯାଇଥାଏ । ଚାଣକ୍ୟଙ୍କ ଅନୁଯାୟୀ ଏହା କଦାପି ସ୍ଥାୟୀ ନୁହେଁ କିନ୍ତୁ ବ୍ୟକ୍ତି ସେମାନଙ୍କ ଭିତରେ ବୁଡ଼ିଯାଏ ଯାହାକି ମଣିଷର ପତନର କାରଣ ସାଜିଥାଏ । କୌଣସି ପ୍ରସଙ୍ଗରେ ଅତ୍ୟଧିକ ମଗ୍ନ ହୋଇଯିବ ଠିକ କଥା ନୁହେଁ । ଚାଣକ୍ୟଙ୍କ ଅନୁଯାୟୀ ଜୀବନରେ କୌଣସି ଜିନିଷ ଅଧିକ ରହିବା ଉଚିତ୍ ନୁହେଁ, ଏହାହିଁ ହେଉଛି ଦୁଃଖର କାରଣ ।
ଚାଣକ୍ୟ ମଧ୍ୟ ଜଣେ ମହାନ ପଣ୍ଡିତ ଥିଲେ । ସେ ପ୍ରସିଦ୍ଧ ତକ୍ଷଶିଳା ବିଶ୍ୱବିଦ୍ୟାଳୟର ଆଚାର୍ଯ୍ୟ ଥିଲେ, କିନ୍ତୁ ସେ ନିଜେ ଜୀବନର ଉତ୍ଥାନ-ପତନ ଦେଖିଥିଲେ ଏବଂ ଅନୁଭବ କରିଥିଲେ । ତେଣୁ ସେ ନିଜ ଅନୁଭୂତି ଆଧାରରେ ଚାଣକ୍ୟ ନୀତିରେ ଏହି ଜିନିଷଗୁଡିକ ଉପସ୍ଥାପନ କରିଛନ୍ତି ଯାହାଦ୍ୱାରା ଜଣେ ବ୍ୟକ୍ତି ଏହାକୁ ଅଧ୍ୟୟନ କରି ନିଜ ଜୀବନକୁ ମୁକ୍ତ କରିପାରିବ। ଏଥିପାଇଁ ନିଜ ଜୀବନକୁ ଏହି ତିନୋଟି ପରିସ୍ଥିତିରେ କାର୍ଯ୍ୟ କରିବା ଉଚିତ୍ ନୁହେଁ ବୋଲି କହିଥିଲେ । ତାହେଲେ ଆସନ୍ତୁ ଜାଣିବା କଣ ସେହି ତିନୋଟି ସ୍ଥିତି ।
ଅଧିକ ଖୁସି ହେବା ପରେ ପ୍ରତିଜ୍ଞା କରନ୍ତୁ ନାହିଁ
ଅଧିକ ଖୁସି ହେଲେ ଆତ୍ମ ନିୟନ୍ତ୍ରଣ ରଖିବା ଉଚିତ୍ । ସୁଖ ସମୟରେ ଅତ୍ୟଧିକ ସୁଖ ଘାତକ ସାଜିଥାଏ । ଚାଣକ୍ୟଙ୍କ ଅନୁଯାୟୀ, ଯଦି ସୁଖରେ ଅଛନ୍ତି ତେବେ ଏହି ସମୟରେ କେହି ପ୍ରତିଜ୍ଞା ଦେବା ଉଚିତ୍ ନୁହେଁ । ଅର୍ଥାତ୍ ଉତ୍ସାହରେ କେହି ପ୍ରତିଜ୍ଞା କରିବା ଉଚିତ୍ ନୁହେଁ । ଇତିହାସ ସାକ୍ଷୀ ଅଛି ଯେତେବେଳେ ଏପରି ପରିସ୍ଥିତିରେ କିଛି ପ୍ରତିଶ୍ରୁତି ଦିଆଯାଇଛି ସେହି ସେହି ସମୟରେ ମଣିଷକୁ କ୍ଷତି ସହିବାକୁ ପଡିଛି ।
କ୍ରୋଧରେ ଉତ୍ତର ଦିଅ ନାହିଁ
କ୍ରୋଧ ଅବସ୍ଥାରେ ଜଣେ ଶାନ୍ତି ଗ୍ରହଣ କରିବା ଉଚିତ୍ । କ୍ରୋଧରେ ଜଣେ ବ୍ୟକ୍ତି ପାଟି ବନ୍ଦ କରିବା ଉଚିତ୍ । କାରଣ କ୍ରୋଧରେ ଏକ ପ୍ରଶ୍ନର ଉତ୍ତର ସାଂଘାତିକ ହୋଇପାରେ । ତେଣୁ କ୍ରୋଧ ହେଲେ ସଂଯମ ରୁହନ୍ତୁ ଏବଂ ଏହି ପରିସ୍ଥିତିରୁ ଦୂରେଇ ରୁହନ୍ତୁ ।
ଦୁଃଖରେ କୌଣସି ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ
ଦୁଃଖ କିମ୍ବା ଖରାପ ସମୟରେ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ । କୌଣସି ନିଷ୍ପତ୍ତି ଦୁଃଖ ସମୟରେ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ । ଏହି ନିଷ୍ପତ୍ତି ଭବିଷ୍ୟତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ତେଣୁ ଦୁଃଖ ସମୟରେ କାର୍ଯ୍ୟ ହୃଦୟରୁ ବରଂ ଦିମାଗରୁ କରିବା ଉଚିତ ।