କଇଁଛଙ୍କ ପାଇଁ ବରଦାନ ପାଲଟିଛି କରୋନା, ଋତୁ ସରିଯାଇଛି କିନ୍ତୁ ଚାଲିଛି ଅଲିଭ ରିଡ଼ଲେଙ୍କ ଅଣ୍ଡାଦାନ

ତିନିମାସ ହେବ ଲକଡାଉନ ପାଇଁ ସମୁଦ୍ର କୂଳ ସୁନ୍ ସାନ । ଅସ୍ତରଙ୍ଗ ଦେବୀ ମୁହାଣରେ କିନ୍ତୁ ଗହଳି କହିଲେ ନସରେ । ଏଥର ମଣିଷ ନୁହେଁ ହଜାର ହଜାର ଅଲିଭ ରିଡ଼ଲେ ଶିଶୁ ଶାବକଙ୍କୁ ଦେଖିବାକୁ ମିଳିଛି ଏଠାରେ । ଚଳିତବର୍ଷ ଅଲିଭ ରିଡ଼ଲେ କଇଁଛକୁ ମାନଙ୍କର ଋତୁ ଶେଷ ହୋଇଛି । ୭ ମାସ ଧରି ଏହି ଋତୁରେ ଅସ୍ତରଙ୍ଗ ଦେବୀ ମୁହାଣ ଅବବାହିକାରେ ହଜାର ହଜାର ଅଲିଭ ରିଡ଼ଲେ ସମୁଦ୍ର କୁଳର ବାଲୁକା ରାଶି ଉପରେ ଗାଆଁଟି ଖୋଲି ଅଣ୍ଡା ଦାନ କରିଥିଲେ । ଆଉ ସେହି ଅଣ୍ଡାକୁ ବନ ବିଭାଗର କର୍ମଚାରୀମାନେ ଏହାକୁ ସଂଗ୍ରହ କରି ଅସ୍ଥାୟୀ ହ୍ୟାଚେରୀରେ 45 ଦିନ ପୋତି ରଖିଛନ୍ତି ।

It's turtle hatching season at Anjarle Beach | Condé Nast ...

ବହୁ ସଂଖ୍ୟାରେ ଅଲିଭ କଇଁଛ ମୁହାଣ କୁ ଆସି ଗାତ ଖୋଳିଲେ । ଅଣ୍ଡା ଦେଲେ ଓ ସମୁଦ୍ରକୁ ଫେରିଗଲେ । ଆଉ ସେହି ଅଣ୍ଡାକୁ ବନ ବିଭାଗ ଅସ୍ଥାୟୀ ହାଚେରୀକୁ ନେଇ ଗାତ ଖୋଲି ପୋତିଲେ 45 ଦିନ ପରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା । ଦଳ ଦଳ ହୋଇ ଶିଶୁ ଶାବକ ଜନ୍ମ ନେଇ ବାଲି ଉପରକୁ ଉଠି ଆସିଲେ । ପୂର୍ବରୁ ଅନେକ କାରଣ ପାଇଁ ଏତେ ସଂଖ୍ୟରେ ଶିଶୁ ଜନ୍ମ ନେଇ ପାରନ୍ତିନାହିଁ । ଚଳିତ ଥର କିନ୍ତୁ ଦୃଶ୍ୟ ସବୁଠୁ ଅଲଗା । ହଜାର ହଜାର ଶିଶୁ ଶାବକ ଏବେ ମୁହାଁଇଛନ୍ତି ସମୁଦ୍ରକୁ । ଏଭଳି କରୋନା ମହାମାରୀ ପାଇଁ ସମ୍ଭବ ହୋଇଥିବା କହିଛନ୍ତି ପରିବେଶବିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.