ତାମିଲନାଡୁ କୋଏମ୍ବାଟୁରରେ ଟ୍ରକ-ବସ୍ ମୁହାଁମୁହିଁ ଧକ୍କା, ୨୦ ମୃତ
ତାମିଲନାଡୁ: ତାମିଲନାଡୁ କୋଏମ୍ବାଟୁରରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ-ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଅନୁଯାୟୀ, ବସରେ ସମୁଦାୟ ୪୫ଜଣ ଯାତ୍ରୀ ଥିଲେ। ଆଜି ସକାଳୁ ତାମିଲନାଡୁର କୋଇମ୍ବାଟୁର୍ ଠାରେ ଏହି ଭୟାବହ ବସ୍ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ବସ୍ଟି କେରଳ ରାଜ୍ୟ ସଡ଼କ ପରିବହନ ନିଗମର। ଏହି ବସ୍ଟି କୋଇମ୍ବାଟୁର୍ ଠାରେ ଏକ କଣ୍ଟେନର୍ ଟ୍ରକ୍ ସହ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।