Below header

ଅଷ୍ଟ୍ରେଲିଆରେ ମା’ହେଲେ ୨୨ଜଣ ପୁରୁଷ! ଆଶ୍ଚର୍ଯ୍ୟ ହେଲେବି ସତ

ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆରେ ୨୨ଜଣ ପୁରୁଷ ଛୁଆ ଜନ୍ମ କରିବା ସହିତ ମା’ହେବାର ସୌଭାଗ୍ଯ ପ୍ରାପ୍ତ କରିଛନ୍ତି । ଅଷ୍ଟ୍ରେଲିଆରେ ୨୦୧୮ ରୁ ୨୦୧୯ ର ଜନଗଣନା ସଂଖ୍ୟା ଅନୁସାରେ ଏହି ରିପୋର୍ଟ ହସ୍ତଗତ ହୋଇଛି । ରିପୋର୍ଟ ଅନୁସାରେ ଡିପାର୍ଟମେଣ୍ଟ ଅଫ୍ ହ୍ୟୁମାନ୍ ସର୍ଭିସ୍ ଜନ୍ମ ହୋଇଥିବା ଶିଶୁମାନଙ୍କ ଡାଟା ରିଲିଜ୍ କରିଥିଲେ । ଯାହାକୁ ନେଇ ଛୁଆ ଜନ୍ମ ଦେଇଥିବା ୨୨ ଜଣଙ୍କ ପୁରୁଷ ଟ୍ରାନ୍ସଜେଣ୍ଡର ଥିବା ସ୍ପଷ୍ଟ ହୋଇଥିଲା । କିନ୍ତୁ ଏହି ଡାଟା ୨୦୦୯ ପର୍ଯ୍ୟନ୍ତ ସାମ୍ନାକୁ ଆସିନଥିଲା ।

manଛୁଆଙ୍କୁ ଜନ୍ମ ଦେବା ସହିତ ଏହି ପୁରୁଷ ମାନେ ୨୨୮ ପୁରୁଷଙ୍କ ଲିଷ୍ଟରେ ସାମିଲ ହୋଇଥିଲେ, ଯେଉଁଥିରେ ଗତ କିଛି ଦଶନ୍ଧି ହେବ ଛୁଆଙ୍କୁ ଜନ୍ମ ଦେଉଥିବା ଲୋକଙ୍କ ନାଁ ରୁଜୁ ଥିଲା । ଏହାସହିତ ଏହି ଅଫିସିଆଲ୍ କନଫରମେସନ୍ ମଧ୍ୟ ହୋଇଥିଲା । ଛୁଆଙ୍କ ମା ବନିଥିବା ଏହି ପୁରୁଷମାନେ ନିଜର ଲିଙ୍ଗ ପରିବର୍ତ୍ତନ କରିଥିଲେ । ଯାହାକୁ ନେଇ କିଛି ବିବାଦ ମଧ୍ୟ ଉଠୁଛି ।

ଏହାସହ ପଢନ୍ତୁ : ସୁନା ଛାଡି ଅଚାନକ ପଶୁ କିଣିବାରେ ଲାଗିପଡିଛନ୍ତି ପାକିସ୍ତାନୀ, ଜାଣନ୍ତୁ ଏମିତି କ’ଣ ହେଲା !

childଅନ୍ୟପଟେ କିଛି ଲୋକ ଏହି ଛୁଆଙ୍କୁ ଜନ୍ମ ଦେଇଥିବା ପୁରୁଷଙ୍କ ପୁରୁଷତ୍ବକୁ ନେଇ ପ୍ରଶ୍ନ ମଧ୍ୟ କରିଛନ୍ତି । ସେମାନଙ୍କ କହିବା କଥା କି ଯଦି ପୁରୁଷ ମାନେ ଛୁଆ ଜନ୍ମ କରିବେ ତେବେ ବାସ୍ତବିକ ଅର୍ଥରେ ସେମାନଙ୍କୁ ପୁରୁଷ ବୋଲି କୁହାଯାଇପାରିବ ନାହିଁ । କିନ୍ତୁ ମେଲବର୍ଣ୍ଣର ଜଣେ ପ୍ରଫେସର ଏହି ଦୃଷ୍ଟିଭଙ୍ଗୀକୁ ପୁରା ଖାରଜ କରିଛନ୍ତି । ସେ କହିଛନ୍ତି କି ପୁରୁଷତ୍ବକୁ ନେଇ ସମସ୍ତଙ୍କ ଚିନ୍ତାଧାରା ଭିନ୍ନ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.