Below header

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ଟ୍ଵିଟ୍‌ ଦେବାରୁ ଅଭିନେତା ସୁଶାନ୍ତ ସିଂହଙ୍କ ସହ ୨୫୦ ଟ୍ଵିଟର ଆକାଉଣ୍ଟ୍‌ ବନ୍ଦ

ନୂଆଦିଲ୍ଲୀ :  କୃଷକ ଆନ୍ଦୋଳନ ଚାଲିଥିବା ବେଳେ ମୋଦିଙ୍କ ବିରୋଧରେ ବିବାଦୀୟ ଟ୍ଵିଟ୍‌ କରିଥିବା ୨୫୦ ଟ୍ଵିଟର ଆକାଉଣ୍ଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଆଇଟି ମନ୍ତ୍ରଣାଳୟ । ଏଥିସହ କାରଓ୍ଵାଂ ମାଗାଜିନ୍‌ ଓ ଅଭିନେତା ସୁଶାନ୍ତ ସିଂହଙ୍କ ବିରୋଧରେ ମାମଲା ଦାୟର କରିଛି ଦିଲ୍ଲୀ ପୋଲିସ । କାରଣ ସୁଶାନ୍ତ ସିଂହ ଲଗାତାର କୃଷକଙ୍କ ସମର୍ଥନରେ ବିଦ୍ରୋହାତ୍ମକ ଟ୍ଵିଟ୍‌ କରି କୃଷକଙ୍କୁ ଉସୁକାଉ ଥିବା ପୋଲିସ କହିଛି ।

ଆଇଟି ମନ୍ତ୍ରଣାଳୟ ଏଥିପାଇଁ ୨୫୦ ବିଦ୍ରୋହକାରୀ ଟ୍ଵିଟର ଆକାଉଣ୍ଟକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି । ଏହି ସବୁ ଆକାଉଣ୍ଟରେ #ModiPlanningFarmerGenocide ଲେଖାଯାଇ ଟ୍ଵିଟ୍‌ କରାଯାଉଥିଲା । ଏଥିମଧ୍ୟରୁ କେତେକ ଆକାଉଣ୍ଟ ବିଦେଶରୁ ମଧ୍ୟ ଚଳାଯାଉଥିଲା ବୋଲି ପୋଲିସ ଜାଣିବାକୁ ପାଇଛି ।

ବନ୍ଦ କରାଯାଇଥିବା ଏହି ଆକାଉଣ୍ଟ ମଧ୍ୟରେ କେତେକ ଆକାଉଣ୍ଟ କୃଷକ ନେତା ଓ ୟୁନିଅନ୍‌ର ଥିବା ଜଣାଯାଇଛି । ଫଳରେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଆଇଟି ମନ୍ତ୍ରଣାଳୟ ଏହି ସବୁ ଆକାଉଣ୍ଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି । କାରଓ୍ଵାଂ ମାଗାଜିନ୍‌ ଏବଂ ସୁଶାନ୍ତ ସିଂହ ଙ୍କ ଟ୍ଵିଟର ହ୍ୟାଣ୍ଡେଲ କୁ ମଧ୍ୟ ବନ୍ଦ କରିଛି ଆଇଟି ମନ୍ତ୍ରଣାଳୟ । ଭୁଲ୍‌ ଖବର ପ୍ରସାରିତ କରିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଏକ ମାମଲା ଦାୟର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.