Below header

ପନିର ପ୍ରେମୀ ସାବଧାନ! ଅଧିକ ସେବନ ସାଜିପାରେ ବିପଜ୍ଜନକ

ପନିର ସ୍ୱାସ୍ଥ୍ୟ ପାଇଁ ଅତି ଉତ୍ତମ ହୋଇଥାଏ। କିନ୍ତୁ ଅତ୍ୟଧିକ ପନିର ଖାଇବା ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ଅଧିକ ପନିର ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଯାଇପାରେ। ଆସନ୍ତୁ ଜାଣିବା ପନିର ଖାଇବା ଦ୍ୱାରା କି କି ସମସ୍ୟା ହୋଇପାରେ…

ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ପନିର ଖାଆନ୍ତୁ ନାହିଁ। ଏହା କୋଲୋଷ୍ଟ୍ରୋଲର ପରିମାଣ ବଢ଼ାଇଦେଇଥାଏ। ଅତ୍ୟଧିକ ପନିର ସେବନ ଦ୍ୱାରା ହାର୍ଟ ରୋଗର ଆଶଙ୍କା ବଢ଼ିଥାଏ।

ପନିରରେ ଲୁଣ ଥିବାରୁ ଏହା ଶରୀରରେ ସୋଡିୟମ୍‌ର ମାତ୍ରା ବଢ଼ାଇ ଦେଇଥାଏ। ଅଧିକ ପନିର ଖାଇଲେ ଉଚ୍ଚ ରକ୍ତଚାପ ହୋଇପାରେ।

ଯେଉଁମାନଙ୍କର ବ୍ଲଡ ପ୍ରେସର ସମସ୍ୟା ରହିଛି, ସେମାନଙ୍କୁ ଡାକ୍ତର ପନିର ଖାଇବାକୁ ବାରଣ କରିଛନ୍ତି।

ଏସିଡିଟି ଥିବା ବ୍ୟକ୍ତିଙ୍କୁ ପନିର ଖାଇବା ମନା। ଏଭଳି ସମସ୍ୟା ଥିଲେ, ରାତିରେ ଆଦୌ ପନିର ଖାଆନ୍ତୁ ନାହିଁ।

ପନିରରେ ମାତ୍ରାଧିକ ପ୍ରୋଟିନ୍‌ ରହିଥାଏ। ଏଣୁ ଅଧିକ ପନିର ଖାଇଲେ ପେଟ ଖରାପ ହୋଇ ଝାଡ଼ା ହୋଇପାରେ।

କଞ୍ଚା ପନିର ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। କିନ୍ତୁ କଞ୍ଚା ପନିର ଖାଇଲେ ଇନ୍‌ଫେକସନ୍‌ ହେବା ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.