Below header

ଛୁଆରୀ ଦେବୀଙ୍କ ମନ୍ଦିରରେ ଭାଲୁ ଓ ମଣିଷ ଭିତରେ ଦେଖିବାକୁ ମିଳେ ନିଆରା ସଂପର୍କ, ଦେବୀଙ୍କ ଆଶୀର୍ବାଦରୁ ଏସବୁ ସମ୍ଭବ ହେଉଥିବା କୁହନ୍ତି ଶ୍ରଦ୍ଧାଳୁ

ନୂଆପଡା : ସାଧାରଣତଃ ହିଂସ୍ର ବନ୍ଯଜନ୍ତୁ ଓ ମଣିଷ ମଧ୍ଯରେ ସଂଘର୍ଷ ଜାରି ରହିଥାଏ । ହେଲେ ନୂଆପଡା ଜିଲ୍ଲା ସାଲିହା ଗାଁ ନିକଟସ୍ଥ କାଣାଭଏଁରା ସଂରକ୍ଷିତ ନିକଟରେ ଥିବା ଛୁଆରୀ ଦେବୀଙ୍କ ମନ୍ଦିରରେ ଉଭୟ ହିଂସ୍ର ଭାଲୁ ଓ ମଣିଷ ମଧ୍ଯରେ ଏକ ନିଆରା ସଂପର୍କ ଥିବା ଦେଖିବାକୁ ମିଳିଛି । ଏହି ମନ୍ଦିରରେ ଛୁଆରୀ ଦେବୀଙ୍କୁ ପୂଜା କରିବା ସମୟରେ ଶହ ଶହ ଭକ୍ତଙ୍କ ଗହଣରେ ଭାଲୁପଲ ଆସି ଭକ୍ତମାନଙ୍କ ହାତରୁ ନଡିଆ ଓ ଫଳମୂଳ ପ୍ରସାଦ ଖାଉଥିବା ଏକ ବିରଳ ଦୃଶ୍ଯ ଦେଖିବାକୁ ମିଳିଛି । ହେଲେ ହିଂସ୍ର ଭାଲୁ ଏଯାଏଁ କୈାଣସି ଭକ୍ତକୁ ଆକ୍ରମଣ କିମ୍ବା କ୍ଷତି କରିନାହାନ୍ତି।

ନୂଆପଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାଲିହା ଗାଁ ନିକଟସ୍ଥ କାଣାଭଏଁରା ସଂରକ୍ଷିତ ଜଂଗଲ ମଧ୍ଯରେ ମାଁ ଛୁଆରୀ ଦେବୀଙ୍କ ମନ୍ଦିର ରହିଛି । ଦୀର୍ଘ ୧୦ବର୍ଷ ହେଲା ପ୍ରତିଦିନ ସକାଳ ଓ ସଂନ୍ଧ୍ଯାରେ ମାଁ ଛୁଆରୀ ଦେବୀଙ୍କୁ ପୂଜା କରାଯାଉଥିବା ବେଳେ ବିଶେଷ କରି ମଙ୍ଗଳବାର ଓ ଶନିବାର ଦିନ ଦେବୀଙ୍କ ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା ହୋଇଥାଏ । ସେହିଭଳି ଏଠାରେ ଦଶହରା ନବରାତ୍ରୀ ଓ ଚୈତ୍ର ନବରାତ୍ରୀ ସହ ଶିବରାତ୍ରୀ ସମୟରେ ଦେବୀଙ୍କ ପୂଜା ଧୁମଧାମରେ ପାଳନ ହୋଇଥାଏ । ଭକ୍ତମାନଙ୍କ ଅଗାଢ ବିଶ୍ୱାସ ରହିଛି ଯେ ଦେବୀ ଛୁଆରୀଙ୍କ ନିକଟରେ ଯାହା ମନସ୍କାମନା କରାଯାଏ ତାହା ପୂରଣ ହୋଇଥାଏ । ଏଣୁକରି ଏଠାକୁ ନୂଆପଡା ଜିଲ୍ଲା ସମେତ ପଡୋଶୀ ଛତିଶଗଡ ଅଂଚଳର ଶହ ଶହ ଭକ୍ତଙ୍କ ଭିଡ ଜମିଥାଏ । ଏହି ମନ୍ଦିରରେ ଦେବୀ ଛୁଆରୀଙ୍କୁ ପୂଜା କରିବା ସମୟରେ ଶହ ଶହ ଭକ୍ତଙ୍କ ଗହଣରେ ନିକଟସ୍ଥ ଜଂଗଲରୁ ଭାଲୁପଲ ଆସିଥାନ୍ତି । ଦେବୀଙ୍କ ପୀଠରେ ଭକ୍ତମାନଙ୍କ ହାତରୁ ଭାଲୁପଲ ପ୍ରସାଦ ଖାଉଥିବା ବିରଳ ଦୃଶ୍ଯ ଦେଖିବାକୁ ମିଳିଛି । ହେଲେ ହିଂସ୍ର ଭାଳୁ ଏଯାଏଁ କୈାଣସି ଭକ୍ତକୁ ଆକ୍ରମଣ କିମ୍ବା କ୍ଷତିକରି ନଥିବା ବେଳେ ଅନେକ ଭକ୍ତ ଛୁଆରୀ ଦେବୀଙ୍କ ଆଶୀର୍ବାଦ ଯୋଗୁଁ ଭାଲୁ କାହାରି କିଛି କ୍ଷତି କରୁନଥିବା ସ୍ଥାନୀୟ ପୂଜକ ଓ ଭକ୍ତମାନେ କହିଛନ୍ତି ।

templeଏବେ ମନ୍ଦିରରେ ଛୁଆରୀ ଦେବୀଙ୍କୁ ପୂଜା କରିବା ସହ ଭାଲୁପଲକୁ ଦେଖିବା ପାଇଁ ଭକ୍ତମାନଙ୍କ ପ୍ରବଳ ଭିଡ ଜମିବାରେ ଲାଗିଛି । ଅପରପକ୍ଷେ, ପ୍ରତିବର୍ଷ ନୂଆପଡା ଜିଲାରେ ଜଙ୍ଗଲୀ ଭାଲୁର ଆକ୍ରମଣର ଶିକାର ହୋଇ ଲୋକଙ୍କ ଜୀବନହାନୀ ମଧ୍ଯ ହେଉଛି । ହେଲେ ସାଲିହା ଜଂଗଲର ଛୁଆରୀ ଦେବୀଙ୍କ ମନ୍ଦିରରେ ଭାଲୁ ଓ ମଣିଷ ଏକାଠି ପୂଜା କରୁଥିବା ଦୃଶ୍ଯ ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଛି । ସେହିଭଳି ବନ୍ଯଜନ୍ତୁଙ୍କୁ କୈାଣସି ଆଘାତ ନଦେଲେ ସେମାନେ ମଧ୍ଯ କାହାରି କ୍ଷତି କରିନାହାନ୍ତି ବୋଲି ଖଡିଆଳ ବନଖଣ୍ଡ ଏସିଏଫ କହିଛନ୍ତି । ଏପରିକି ହିଂସ୍ର ବନ୍ଯଜନ୍ତୁଙ୍କୁ କୈାଣସି ଖାଦ୍ୟଦେବା ଆଇନ ଅନୁସାରେ ଦଣ୍ଡନୀୟ ଅପରାଧ ଅଟେ । ଏଣୁ କରି ହିଂସ୍ର ଭାଲୁଠାରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ଖଡିଆଳ ବନଖଣ୍ଡ ଏସିଏଫ ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.