ଆପଲ୍‌ ଭିନେଗାର ସେବନ କରିବା ସମୟରେ ଭୁଲ୍‌ରେ ବି କରନ୍ତୁନି ଏହି ୪ଟି ଭୁଲ୍‌, ସ୍ୱାସ୍ଥ୍ୟକୁ ପହଞ୍ଚିପାରେ କ୍ଷତି

ଆପଲ୍‌ ଭିନେଗାର ସେବନ କରିବା ସମୟରେ କିଛିଟା ସାବଧାନତା ଅବଲମ୍ବନ କରିବା ଉଚିତ। ଯଦିଓ ଏଥିରୁ ଅନେକ ଲାଭ ମିଳିଥାଏ, କିନ୍ତୁ ଏହାକୁ ବ୍ୟବହାର କରିବା ପୂର୍ବରୁ ଆମକୁ କେତେକ କଥା ଉପରେ ଧ୍ୟାନ ରଖିବାକୁ ହେବ। ନଚେତ୍‌ ଏହା ସ୍ୱାସ୍ଥ୍ୟ ପ୍ରତି ବିପଦ ସାଜିପାରେ। ଆଜି ଆମେ ଆପଣଙ୍କୁ ଆପଲ୍‌ ସିର୍‌କାର କ୍ଷତି ବିଷୟରେ କହିବୁ।

୧. ଖାଇବାର ତୁରନ୍ତ ପରେ ଆପଲ୍‌ ସିରକା ପିଇବା ଉଚିତ ନୁହେଁ। ଯଦି ଏଥିରୁ ଅଧିକ ଲାଭ ପାଇବାକୁ ଚାହୁଁଛନ୍ତି, ତା’ହେଲେ ଖାଲି ପେଟରେ ପିଅନ୍ତୁ।

୨. ଦାନ୍ତ ବ୍ରଶ କରିବାର ତୁରନ୍ତ ପରେ ସେଓ ସିରକା ସେବନ କରନ୍ତୁ ନାହିଁ। ଏମିତି କରିବାରେ ଆପଣଙ୍କ ଦାନ୍ତ ଝିମ୍‌ଝିମ୍‌ ହେବା ସହ ଯନ୍ତ୍ରଣା ମଧ୍ୟ ହୋଇପାରେ। ବ୍ରଶ କରିବାର ଅତି କମ୍‌ରେ ୩୦୦ ମିନିଟ୍‌ ପରେ ଏହାକୁ ସେବନ କରିବା ଉଚିତ।

୩. ସେଓ ସିରକାକୁ ଏକଦମ୍‌ କମ୍‌ ମାତ୍ରାରେ ସେବନ କରିବା ଉଚିତ। କାରଣ, ପ୍ରଥମେ ଅନୁଧ୍ୟାନ କରିବା ଯେ ଏହା ଶରୀରରେ କିଭଳି ପ୍ରତିକ୍ରିୟା ଦେଖାଉଛି। ଯଦି ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ ପେଟରେ ଜ୍ୱଳନ ହେଉଛି, ତା’ହେଲେ ଏହାର ମାତ୍ରାକୁ କମେଇ ଦେବା ଉଚିତ।

୪. ଶୋଇବାର ଠିକ୍‌ ପୂର୍ବରୁ ଆପଲ୍‌ ଭିନେଗାର ସେବନ କରିବା ଉଚିତ ନୁହେଁ। ଏହାଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ଶୋଇବାର ଅତି କମ୍‌ରେ ୧ ଘଣ୍ଟା ପୂର୍ବରୁ ଆପଣ ଏହାକୁ ସେବନ କରିପାରିବେ।

Leave A Reply

Your email address will not be published.