ଝିଅ ଅପହରଣ ହେବାର ୫ମାସ ବିତି ଯାଇଥିଲେ ସୁଦ୍ଧା ଏଯାଏ ମିଳୁନି ପତ୍ତା, ଭୁବନ ପୋଲିସର କାର୍ଯ୍ଯ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଲେ ପରିବାର ଲୋକେ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମଠ ନୂଆଗାଁ ଗ୍ରାମର ମିନିପାତ୍ରଙ୍କ ୧୭ବର୍ଷର ଝିଅ କୁନି ପାତ୍ରଙ୍କୁ ଗତ ୫ମାସ ପୂର୍ବେ ତାଙ୍କ ଘରୁ ୨ଜଣ ଯୁବକ ପଶି ରାତିରେ ଉଠାଇ ନେବା ଘଟଣା ସମ୍ପର୍କରେ ପରିବାର ସମ୍ପକୀୟ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ତ ହୋଇଛନ୍ତି । ଝିଅ ଘରୁ ଯିବାର ୫ ମାସ ବିତି ଯାଇଥିଲେ ସୁଦ୍ଧା ପୋଲିସ ଝିଅର ସନ୍ଧାନ ଏଯାଏ ପାଇପାରିନାହିଁ।

ଝିଅର ନିଖୋଜ ଘଟଣାକୁ ୫ ମାସ ବିତିଯାଇଥିଲେ ମଧ୍ୟ ଭୁବନ ପୋଲିସ ସେପରି କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ପରିବାର ଅଭିଯୋଗ କରିଛନ୍ତି  ମା କୁନିପାତ୍ର। ଏପରିକି ଝିଅ କଥା ପଚାରିଲେ ପୋଲିସ ତାଙ୍କୁ ଗାଳି ଗୁଲଜ କରୁଥିବା ଅଭିଯୋଗ କରିଛନ୍ତି । ଝିଅକୁ ନ ପାଇ କାନ୍ଦି କାନ୍ଦି ମା ଆଖିରୁ ଲୁହ ଶୁଖୁନି । ଏପଟେ ଥାନା ବାବୁ ଗୁହାରୀ ନଶୁଣିବାରୁ ଜିଲ୍ଲାପାଳକୁ ଅଭିଯୋଗ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.