Below header

ସମୁଦ୍ର ବାଟେ ଆସିଥିବା ୨୫୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ ସହ ବଡ ର‍୍ୟାକେଟର ପର୍ଦାଫାସ୍‌, ୪ ଗିରଫ

ନୂଆଦିଲ୍ଲୀ :  ଦିଲ୍ଳୀ ପୋଲିସ ଏକ ବଡ଼ ଡ୍ରଗ୍ସ ର‍୍ୟାକେଟର ପର୍ଦାଫାଶ୍‌ କରିଛି । ଏଥିରେ ଜଡିତ ୪ ଜଣଙ୍କୁ ଗିରଫ କରିଛି । ଏହି ଗ୍ୟାଙ୍ଗ ଠାରୁ ୩୫୦ କେଜି ହେରୋଇନ ଜବତ କରିଛି । ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୫୦୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ଏବେ ଗିରଫ ଅଭିଯୁକ୍ତଙ୍କୁ ପଚରା ଉଚରା ଜାରି ରହିଛି ।

ଦିଲ୍ଲୀ ପୋଲିସର ସ୍ପେସାଲ ସେଲ ଆଜିଯାଏ ଏତେ ବଡ ଡ୍ରଗ୍ସ ଗ୍ୟାଙ୍ଗକୁ ଧରି ନଥିଲା । ଏହି ମାମଲା ନାର୍କୋ ଟେରୋରିଜିମ ସହ ଜଡିତ ହୋଇପାରେ ବୋଲି ପୋଲିସ କହିଛି । ଦିଲ୍ଲୀ ସ୍ପେଶାଲ ସେଲ ସିପି ନୀରଜ ଠାକୁର କୁହନ୍ତି, ଏହି ଅପରେସନ ଦୀର୍ଘ ମାସେ ହେବ ଚାଲିଥିଲା । ଏହି ଅପରେସନ ବେଳେ ୩୫୪ କିଲୋ ହେରୋଇନ ଜବତ ହୋଇଥିବା ବେଳେ ୪ ଜଣଙ୍କୁ ଗିରଫ କରାଯାଇଛି ।

ହେରୋଇନକୁ କଣ୍ଟେନରରେ ଲୁଚାଇ ସମୁଦ୍ର ମାର୍ଗରେ ମୁମ୍ବାଇରୁ ଦିଲ୍ଲୀ ଅଣାଯାଇଥିଲା । ମଧ୍ୟପ୍ରଦେଶ ଶିବପୁରୀ ଫ୍ୟାକ୍ଟ୍ରିରେ ଏହାକୁ ରିଫାଇନ କରାଯାଇଥାନ୍ତା । ପୁଣି ଏଠାରୁ ପଞ୍ଜାବ ଯାଇଥାନ୍ତା । ଫରିଦାବାଦରେ ଡ୍ରଗ୍ସକୁ ଲୁଚାଇ ରଖିବା ପାଇଁ ଏକ ଘର ଭଡାରେ ନିଆଯାଇଥିଲା । ଆଫଗାନିସ୍ତାନରେ ବସିଥିବା ମୁଖ୍ୟ ଅଭିଯୁକ୍ତ ସେଠାରୁ ଅପରେଟ କରୁଥିଲା । ଏହାପୂର୍ବରୁ ମଇ ମାସରେ ଦିଲ୍ଲୀ ପୋଲିସ ୧୨୫ କେଜି ହେରୋଇନ ଜବତ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.