ଜାଣନ୍ତିକି ତ୍ୱଚାରେ ବୟସର ଦାଗକୁ ଦୂର କରିଦେଇପାରେ ଗୁଡ

ଗୁଡର ଫାଇଦା ବିଷୟରେ କିଏ ବା ନ ଜାଣେ । ଚିନି ତୁଳନାରେ ଗୁଡ ଅଧିକ ଲାଭକାରୀ ଓ ସ୍ୱାସ୍ଥ୍ୟପ୍ରଦ । ମଧୁମେହ ଠାରୁ ଆରମ୍ଭ କରି ସବୁ ପ୍ରକାର ରୋଗୀ ମିଠା ହିସାବରେ ଗୁଡ଼ର ମଜା ନେଇପାରିବେ । କିନ୍ତୁ ହୁଏତ ଆପଣ ଜାଣି ନଥିବେ ଏହି ସାଧାରଣ ଗୁଡରେ ଲୁଚି ରହିଛି ଅନେକ ଅସାଧାରଣ ଗୁଣ । ଖାଲି ସେତିକି ନୁହେଁ ଗୁଡକୁ ବ୍ୟବହାର କରି ଆପଣ ନିଜ ବୟସକୁ ଅନେକ ଗୁଣା କମେଇ ଦେଇପାରିବେ । ମାନେ ଆପଣଙ୍କର ତ୍ୱଚା ଅଧିକ ଉଜ୍ଜ୍ୱଳ ଦେଖାଯିବା ସହ ଯୁବାବସ୍ଥା ବେଳର ଚମକ ଫେରିଆସିବ । କାରଣ ଗୁଡରେ ଥିବା ତତ୍ତ୍ୱ ଫ୍ରି ରେଡ଼ିକାଲ୍ସ ମାନଙ୍କ ସହ ଲଢ଼ିବା ସହ ଡ଼ାର୍କ ସ୍ପଟ ଗୁଡିକୁ କମ କରିଥାଏ । ଖାଲି ତ୍ୱଚା କାହିଁକି କେଶରେ ଚମକ ଆଣିବାରେ ବି ଗୁଡ ବେଶ ଲାଭକାରୀ । ପ୍ରକୃତରେ ଗୁଡରେ ଆଇରନ, କ୍ୟାଲସିୟମ, ଜିଙ୍କ, କପର, ଗ୍ଲାଇକୋଲିକ ଏସିଡ ପରି ଆଣ୍ଟିଏଜିଙ୍ଗ ଗୁଣ ଭରପୁର ରହିଛି । ଯାହାକି ଆପଣଙ୍କ ତ୍ୱଚା ଓ କେଶ ପାଇଁ ଲାଭଦାୟୀ ହୋଇପାରିବ ।

– ମୁହଁର ଦାଗ ଦୂର କରିବା ପାଇଁ ଗୁଡର ପାଉଡରରେ କିଛି ଲେମ୍ବୁ ରସ ଓ ପାଣି ମିଶାନ୍ତୁ । ଏହା ପରେ ଏହି ପେଷ୍ଟକୁ ନିଜ ଦାଗ ଗୁଡିକ ଉପରେ ଲଗାନ୍ତୁ । କିଛି ମିନିଟ ପାଇଁ ଛାଡି ଦିଅନ୍ତୁ । ଦିନରେ ଅତି କମରେ ଥରଟେ ଏମିତି କରନ୍ତୁ ।

jaggery

-ଦୁଇ ଚାମଚ ଗୁଡ଼ ନିଅନ୍ତୁ । ଆଉ ସେଥିରେ ଦୁଇ ଚାମଚ ମହୁ ଓ କିଛି ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ । ମୁହଁକୁ ଭଲ ଭାବରେ ସଫା କରି ଏହି ପେଷ୍ଟକୁ ଲଗାନ୍ତୁ । ୫ ରୁ ୧୦ ମିନିଟ ପରେ ସାଧାପାଣିରେ ଧୋଇ ଦିଅନ୍ତୁ ।

-ପ୍ରଥମେ ବ୍ଲାକ ଟି ପ୍ରସ୍ତୁତ କରି ତାହାକୁ ଥଣ୍ଡା କରି ଦିଅନ୍ତୁ । ସେଥିରେ ଗୋଟେ ଚାମଚ ଗୁଡ, କିଛି ହଳଦୀ, ଗୋଲାପ ଜଳ ମିଶାଇ ଆପଣ ଚେହେରାରେ ଲଗାନ୍ତୁ । ୨୦ ମିନିଟ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

-କେଶକୁ ଅଧିକ ମଜବୁତ କରିବା ସହ ନରମ କରିବା ପାଇଁ ଆପଣ ଗୁଡକୁ ହେୟାର ମାସ୍କ ଭାବରେ ବ୍ୟବହାର କରିପାରିବେ । ଗୋଟେ ପାତ୍ରରେ ଗୁଡ, ଦହି, ଦୁଇ ଚାମଚ ମୁଲତାନି ମାଟି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁଣ୍ଡରେ ଲଗାଇ ହାଲକା ମାଲିସ କରନ୍ତୁ । ୧୫ ମିନିଟ ପରେ ଭଲ ଭାବରେ ଧୋଇ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.