Below header

ବହୁତ ଟେଷ୍ଟି ଲାଗେ ସାଗୁଦାନା ବରା, ଏପରି କରନ୍ତୁ ପ୍ରସ୍ତୁତ

ଆବଶ୍ୟ ସାମଗ୍ରୀ

ସାଗୁ ଦାନା – ୧ କପ୍‌ (୪-୫ ଘଣ୍ଟା ଭିଜାଇ ଥିବେ)
ବିଟ୍‌ ଲୁଣ – ଛୋଟ ଚାମଚ
ଗୋଲମରୀଚ ପାଉଡର – ଅଧା ଛୋଟ ଚାମଚ
କଞ୍ଚା ଲଙ୍କା – ୪ରୁ୫ଟି
ଧନିଆ ପତ୍ର – ୧ ବଡ ଚାମଚ
ବାଦାମ – ଗୋଟେ ଗିନା
ସିଝା ଆଳୁ – ୩ଟି
ତେଲ – ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ମିଡିୟମ୍‌ ଆଞ୍ଚରେ ପ୍ୟାନ ବସାନ୍ତୁ ଏବଂ ବାଦାମ ପକାଇ ଭାଜନ୍ତୁ।
  • ବାଦାମକୁ ୮ ରୁ ୧୦ ମିନିଟ୍‌ ଭାଜିବା ପରେ ଏକ ପ୍ଲେଟରେ ବାହାର କରି ଥଣ୍ଡା କରି ଦିଅନ୍ତୁ।
  • ବାଦାମର ଚୋପା ଛଡାଇ ଦରାଦରା କୁଟି ଦିଅନ୍ତୁ।
  • ଏକ ବଡ ପାତ୍ରରେ ସାଗୁ ଦାନା, ବିଟ ଲୁଣ, ଗୋଲମରୀଚ ପାଉଡର, ଧନିଆ ପତ୍ର ଏବଂ କଞ୍ଚା ଲଙ୍କା ପକାଇ ଭଲଭାବେ ମିଶାଇ ଦିଅନ୍ତୁ।
  • ଏହାପରେ ଏଥିରେ ଆଳୁ ଚକଟି ଦେଇ ଭଲଭାବେ ମିକ୍ସ କରନ୍ତୁ। ଏହି ମିଶ୍ରଣକୁ ଛୋଟ ଛୋଟ ଗୋଲା ନେଇ ବରା ଭଳି ବନାଇ ଦିଅନ୍ତୁ।
  • କଡାରେ ତେଲ ପକାଇ ମିଡିୟମ ଆଞ୍ଚରେ ଗରମ କରନ୍ତୁ।
  • ଯେତେବେଳେ ତେଲ ଗରମ ହୋଇଯିବ ସେତେବେଳେ ଏଥିରେ ପାଞ୍ଚ ୬ଟି ବରା ପକାଇ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ।
  • ଏହିଭଳି ଭାବେ ସମସ୍ତ ବରାକୁ ବନାଇ ଦିଅନ୍ତୁ।
  • ଏବେ ପ୍ରସ୍ତୁତ ହୋଯାଇଛି ଆପଣଙ୍କର ବରା। ଏହାକୁ ଆପଣ ମନପସନ୍ଦର ଚଟଣୀ ସହିତ ଖାଇ ମଜା ନେଇପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.