Below header

ତିନି ଜଣ ଅପହରଣକାରୀଙ୍କୁ ପିଟି ପିଟି ମାରିଦେଲେ

ବେଗୁସରାଇ : ସ୍କୁଲରେ ପଶି ଜଣେ ଛାତ୍ରୀକୁ ଅପହରଣ କରୁଥିବା ତିନି ଜଣ ଦୁର୍ବୃତ୍ତଙ୍କୁ ଗାଁ ଲୋକେ ପିଟି ପିଟି ମାରିଦେଲେ । ଏଇ ଘଟଣା  ଘଟିଛି ବିହାରର ବେଗୁସରାଇ ଅନ୍ତର୍ଗତ ନାରାୟଣ ପିପର ଠାରେ । ସଶସ୍ତ୍ର ଅପହରଣକାରୀମାନେ ସ୍କୁଲ ଭିତରେ ପଶି ଛାତ୍ରୀ ଜଣକୁ ଧରି ବାହାରି ଆସିଥିଲେ । ହେଲେ ସ୍କୁଲ କ୍ୟାମ୍ପସ ବାହାରେ ସେତେବେଳକୁ ଉତ୍ତ୍ୟକ୍ତ ଗାଁ ଲୋକେ ଏକାଠି ହୋଇ ସାରିଥିଲେ । ସେମାନଙ୍କୁ ଦେଖି ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚାଳନା କରିଥିଲେ । ତେବେ ଲୋକେ ସେସବୁକୁ ଖାତିର ନକରି ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟି ପିଟି ମାରି ଦେଇଥିଲେ । ଗାଁରେ ଉତ୍ତେଜନା ଲାଗି ରହିଛି । ପୋଲିସ୍ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.