ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର : ସଚିବାଳୟରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପୌର ନିର୍ବାଚନ ବିକଳ୍ପ ନେଇ ବୈଠକରେ ଆଲୋଚନା ହୋଇଥିବା କୁହାଯାଉଛି । ଆସନ୍ତା ୩୦ ତାରିଖରେ ୬୫ ଓ ଡିସେମ୍ବର ୪ ତାରିଖରେ ସରୁଛି ୨୦ଟି ପୌର ସଂସ୍ଥାର କାର‌୍ୟ୍ୟକାଳ । କିନ୍ତୁ ଏ ସମୟ ମଧ୍ୟରେ ପୌରପାଳିକା ନିର୍ବାଚନ ହୋଇ ପାରିବ ନାହିଁ । ସଂରକ୍ଷଣ ପ୍ରସଙ୍ଗ ନେଇ ମାମଲା ସୁପ୍ରିମକୋର୍ଟରେ ବିଚାରଧିନ ରହିଛି । ବିଭିନ୍ନ ସଂରକ୍ଷଣ ବ୍ୟବସ୍ଥା ଯୋଗୁଁ ସଂରକ୍ଷିତ ଆସନ ସଂଖ୍ୟା ୫୦ପ୍ରତିଶତରୁ ଅଧିକ ହେଉଥିଲା । ତେଣୁ ସଂରକ୍ଷଣ ବ୍ୟବସ୍ଥାକୁ ହାଇକୋର୍ଟ ଅଗ୍ରାହ୍ୟ କରିଥିଲେ । ଏହାପରେ ସରକାର ସୁପ୍ରିମକୋର୍ଟ ଯାଇଥିଲେ । ତେଣୁ ପୌର ନିର୍ବାଚନ ଆଇନ ଜାଲରେ ଛନ୍ଦି ହୋଇ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.