Below header

ବନ୍ଧୁର ଭଉଣୀଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ କ୍ଲାସର ୩୨ ଜଣ ଛାତ୍ର ମିଶି କଲେ ଏପରି ଯାହା ପାଲଟିଗଲା ଅନ୍ୟମାନଙ୍କ ପାଇଁ ଉଦାହରଣ

ବନ୍ଧୁତା କାହାକୁ କୁହାଯାଏ ଏହା କେବଳ ଏକ ଶବ୍ଦ ସଂଯୋଜନା ନୁହେଁ କିମ୍ବା ଗୋଟିଏ ବାକ୍ୟରେ ଆମେ ଏହାକୁ ବର୍ଣ୍ଣନା କରିପାରିବା ନାହିଁ । ତେବେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେରଳର ଥୁରାବୁରରେ । ଏଠାରେ Gokulam SNGM Catering କଲେଜର ଗୋଟିଏ ବ୍ୟାଚ ମିଶି ଏକ ଭୋଜନାଳୟ ଖୋଲିଛନ୍ତି କିନ୍ତୁ ଏହି ଭୋଜନାଳୟ ଖୋଲିବା ପଛର କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ । ସେମାନେ ଏହି ଭୋଜନାଳୟ ଖୋଲିବା ପଛରେ କାରଣ ହେଲା ନିଜ ବନ୍ଧୁର ଭଉଣୀଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ । ନିଜ ଶ୍ରେଣୀରେ ପଢ଼ୁଥିବା ଜଣେ ଗରିବ ଘରର ବନ୍ଧୁଙ୍କୁ ସାହାଯ୍ୟ କରିବା ପାଇଁ କ୍ଳାସର ୩୨ ଜଣ ଛାତ୍ର ମିଶି ଏହି ଭୋଜନାଳୟ ଖୋଲିଛନ୍ତି ।

ସୂଚନା ଅନୁଯାୟୀ ଶ୍ରେଣୀର କେଏସ ଅରୋମଲ ନାମକ ଜଣେ ଛାତ୍ରର ଭଉଣୀ ଐଶ୍ଵର୍ଯ୍ୟା ଦୀର୍ଘଦିନ ଧରି କିଡ଼ନୀ ସମ୍ବନ୍ଧୀୟ ରୋଗରେ ପୀଡିତ ଅଛନ୍ତି । ଯେଉଁ କାରଣରୁ ତାଙ୍କର ପୁରା ପରିବାର ନିଜର ସମସ୍ତ ସମ୍ପତ୍ତି ଓ ଭିଟାମାଟି ମଧ୍ୟ ବିକ୍ରି କରି ଦେଇଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଇବାକୁ ପଡିବ ଯାହାଦ୍ୱାରା ତାଙ୍କର ଜୀବନ ବଂଚି ଯାଇପାରିବ । ତେବେ ଏହି ସବୁ କଥା କେଏସଙ୍କ ଶ୍ରେଣୀ ପିଲା ଜାଣିବା ପରେ ସମସ୍ତେ ମିଶି ତାଙ୍କୁ ସାହାଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

Related image

ଶ୍ରେଣୀର ଜଣେ ଛାତ୍ରଙ୍କ କହିବା ଅନୁଯାୟୀ ଦୈନିକ ଏହି ଭୋଜନାଳୟରୁ ତାଙ୍କର ୪୦୦୦ ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଆୟ ହୋଇଥାଏ । ଏହାଦେଖି ଗ୍ରାମବାସୀମାନେ ମଧ୍ୟ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ ଏଥିରେ ୨୦ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ରହିଛି । ପୂର୍ବରୁ ଐଶ୍ଵର୍ଯ୍ୟାଙ୍କର ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା କିନ୍ତୁ ବର୍ତ୍ତମାନ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.