Below header

ଯୁବକଙ୍କ ପେଟରେ ଯନ୍ତ୍ରଣା ହେଲା, ଡାକ୍ତର ବାହାର କଲେ ୩୩ ପ୍ରକାର ଜିନିଷ

୩୦ ବର୍ଷ ବୟସ୍କ ଯୋଗେଶ ଠାକୁରଙ୍କ ପେଟରେ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ପରିବାର ଲୋକେ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଯୋଗେଶଙ୍କୁ ପରୀକ୍ଷା କରିବା ପରେ ଯନ୍ତ୍ରଣାର ପ୍ରକୃତ ସତ୍ଯ ସାମ୍ନାକୁ ଆସିଥିଲା। ଉକ୍ତ ବ୍ଯକ୍ତିଙ୍କ ପେଟରେ ଅନେକ ଧାତବ ପଦାର୍ଥ ରହିଥିବା ଜଣାପଡ଼ିଥିଲା।
ଏଇ ଘଟଣା ଘଟିଛି ମଧ୍ୟପ୍ରଦେଶର ଛତ୍ରପୁର ଅଞ୍ଚଳରେ । ଏଠାକାର ଇଶା ନଗର ଅଞ୍ଚଳରେ ରହୁଥିବା ଯୋଗେଶଙ୍କ ପେଟରେ ଯନ୍ତ୍ରଣା ହେବା ପରେ ଡାକ୍ତର ପେଟର ଏକ୍ସରେ କରିଥିଲେ। ଏଥିରେ ଯୋଗେଶଙ୍କ ପେଟରେ ଅନେକ ପଦାର୍ଥ ରହିଥିବା ନଜର ଆସିଥିଲା। ଡାକ୍ତର ଏନପିଏନ୍ ଖେର ୬ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ଅସ୍ତ୍ରୋପଚାର କରିଥିଲେ।

operation

ଅସ୍ତ୍ରୋପଚାର ପରେ ତାଙ୍କ ପେଟରୁ କଣ ବାହାରିଲା ଜାଣନ୍ତି । ପ୍ଲାଷ୍ଟିକ ପେନ୍, ଅଖା ସିଲେଇ ଛୁଞ୍ଚି, ଆରି ବା କରତ, ବ୍ଲେଡ, ଚମଡା ବେଲଟ ଖଣ୍ଡ । ୩୩ ପ୍ରକାର ଜିନିଷ ମିଳିଥିଲା। ଯୁବକଙ୍କ ପେଟରେ ଏଭଳି ପଦାର୍ଥ ଦେଖି ଡାକ୍ତର ମଧ୍ୟ ଚକିତ ହୋଇ ଯାଇଥିଲେ। ଏସବୁ ଜିନିଷ ଯୋଗେଶଙ୍କ ପେଟରୁ ବାହାର କରିବା ପାଇଁ ଅନେକ ସମୟ ଲାଗିଥିଲା। ଯୋଗେଶଙ୍କ ପେଟରେ ଏପରି ଅନେକ ଧାତୁ ରହିବା ସତ୍ତ୍ବେ ତାଙ୍କର କୌଣସି ଅନ୍ତଃନଳୀ କିମ୍ବା କୌଣସି ଅଙ୍ଗରେ କିଛି ବି କ୍ଷତି ହୋଇନଥିଲା। ଏକଥା ଡାକ୍ତରଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏସବୁ ଭୟଙ୍କର ଜିନିଷ ଯୋଗେଶଙ୍କ ପେଟକୁ ଗଲା କେମିତି ସେ ସମ୍ପର୍କରେ ଯୋଗେଶ କିଛି କହି ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.