Below header

୧୩ ବର୍ଷରେ ମିଳିଛି ମାତ୍ର ୪ ଜଣଙ୍କୁ ଫାଶୀ, ଧାଡିରେ ଅଛନ୍ତି ୩୭୧ ଦୋଷୀ କିନ୍ତୁ ରାଷ୍ଟ୍ରପତିଙ୍କଠାରୁ ରାଜକ୍ଷମା ଖାରଜ ହେବାପରେ ମଧ୍ୟ ଏମାନଙ୍କୁ ମିଳିନି ଫାଶୀ

କେନ୍ୟୁଜ୍(ବ୍ୟୁରୋ): ନିର୍ଭୟା ଘଟଣାରେ ଦୋଷୀଙ୍କୁ ଫାଶୀ ମିଳିବ ତ ? ବର୍ଷ ବର୍ଷ ହୋଇ ୭ ବର୍ଷ ବିତିଲାଣି । ଦିନ ପରେ ଦିନ ଗଡି ଚାଲିଛି । କୋର୍ଟକୁ ଧାଉଁଛନ୍ତି ନିର୍ଭୟାଙ୍କ ବାପା ମା’ । ଦୋଷୀଙ୍କୁ ଫାଶୀ ମିଳିବ ବୋଲି କେବଳ ଆଶ୍ୱାସନା ମିଳୁଛି । ହେଲେ ତାରିଖ ପରେ ତାରିଖ ଗଡୁଛି । ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ମିଳିବ କି ନାହିଁ, ସାରା ଦେଶବାସୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଏହା ପଛରେ ଅନେକ କାରଣ ରହିଛି । ଦେଶରେ ଏହା ପୂର୍ବରୁ ଅନେକ ମାମଲାରେ ଦୋଷୀଙ୍କୁ ଫାଶିଦଣ୍ଡ ଦିଆଯିବାକୁ ନିର୍ଦେଶ ହୋଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଫାଶୀ ଦିଆଯାଇପାରିନି । ଦେଶବାସୀଙ୍କ ଆଗରେ ଏହାର ରାଶି ରାଶି ଉଦାହରଣ ।

  • ୨୦୧୪ରେ ବହୁ ଚର୍ଚ୍ଚିତ ନିଠାରୀ ହତ୍ୟାକାଣ୍ଡ ଘଟଣା । ସିରିଏଲ ହତ୍ୟାକାଣ୍ଡରେ ଅଭିଯୁକ୍ତ ସୁରେନ୍ଦ୍ର କୋଲିକୁ ଫାଶୀ ଦଣ୍ଡ ଦେବାକୁ ନିର୍ଦେଶ ହୋଇଥିଲା । ଏପର୍ଯ୍ୟନ୍ତ ଦୋଷୀକୁ ଫାଶୀ ଦିଆଯାଇନାହିଁ ।
  • ରାଜୀବ ଗାନ୍ଧୀଙ୍କ ହତ୍ୟା ଘଟଣାରେ ନଳିନୀ ଶ୍ରୀହରଣକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ୧୯୯୧ରୁ ଏପର୍ଯ୍ୟନ୍ତ ତାଙ୍କୁ ଫାଶୀ ଦିଆଯାଇନାହିଁ । ସେ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି ।

ଦେଶର ଅନେକ ରାଜ୍ୟରେ ଏଭଳି ମାମଲା ରହିଛି । ଯେଉଁଠାରେ ଫାଶୀ ଦଣ୍ଡ ଶୁଣାଇଛନ୍ତି କୋର୍ଟ । କିନ୍ତୁ ଆଇନର ଫାଙ୍କାବାଟ ଯୋଗୁଁ ଫାଶୀ ଦିଆଯାଇନାହିଁ । ଅନ୍ୟପଟେ ଆତଙ୍କବାଦୀ ଭଳି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ ଦିଆଯାଇଛି ଫାଶୀ । ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଅଜମଲ କସବକୁ ୨୦୧୨ରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ସଂସଦ ଉପରେ ଆକ୍ରମଣ ଘଟଣାରେ ୨୦୧୩ରେ ଅଫଜଲ ଗୁରୁକୁ ଫାଶୀ ଦିଆଯାଇଥିଲା । ୧୯୯୩ ମୁମ୍ବାଇ ସିରିଏଲ ବ୍ଲାଷ୍ଟ ଘଟଣାରେ ୨୦୧୫ରେ ୟାକୁବ ମେନନ୍‌କୁ ମିଳିଥିଲା ଶେଷ ଫାଶୀ । ଏହାପରଠୁ କାହାରିକୁ ମିଳିନ ଫାଶୀଦଣ୍ଡ ।

ଏବେ ସୁଦ୍ଧା ୩୭୧ ଜଣଙ୍କୁ ଫାଶୀ ଦଣ୍ଡ ପାଇବାକୁ ଅଛନ୍ତି । ସବୁଠୁ ପୁରୁଣା ଘଟଣା ହେଉଛି ୨୭ ବର୍ଷ ତଳର ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ । ତ୍ୱରୀତ ନ୍ୟାୟ ପ୍ରକ୍ରୀୟାକୁ ନେଇ ସାରା ଦେଶରେ ହେ-ହଲ୍ଲା । ହେଲେ ଫାଶୀ ଦଣ୍ଡାଦେଶ ମିଳିବା ପରେ ଫାଶୀ ଦିଆଯାଇପାରୁନାହିଁ । କିନ୍ତୁ ଏଭଳି ସମୟରେ ହାଇଦ୍ରାବାଦ ସରକାର ନେଇଛନ୍ତି ଚରମ ପଦକ୍ଷେପ । ଦୁଷ୍କର୍ମ ଭଳି ଘଟଣାରେ ଦୋଷୀଙ୍କୁ ମିଳିବ ୨୧ ଦିନରେ ଫାଶୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.