ଅଯୋଧ୍ୟାର ରାମ ଜନ୍ମଭୂମି-ବାବରୀ ମସଜିଦ ବିବାଦ ମାମଲା , ସମାଧାନ ପାଇଁ ଗଠିତ ମଧ୍ୟସ୍ଥ ପ୍ୟାନେଲଙ୍କ ଆଜି ପ୍ରଥମ ବୈଠକ

ନୂଆଦିଲ୍ଲୀ(କେନ୍ୟୁଜ୍) : ଅଯୋଧ୍ୟାର ରାମ ଜନ୍ମଭୂମି-ବାବରୀ ମସଜିଦ ବିବାଦର ସମାଧାନ ପାଇଁ ଆଜି ବସିବ ମଧ୍ୟସ୍ଥଙ୍କ ପ୍ରଥମ ବୈଠକ । ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ତିନି ଜଣିଆ ମଧ୍ୟସ୍ଥ ପ୍ୟାନେଲ ସମାଧାନ ନେଇ ଆଲୋଚନା କରିବେ । ଅୱଧ ବିଶ୍ୱବିଦ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ । ଏନେଇ ଗତକାଲି ଠାରୁ ତିନି ଜଣିଆ ପ୍ୟାନେଲ ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି । ଜଷ୍ଟିସ ଫକୀର ମହମ୍ମଦ ଖଲ୍ଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ୟାନେଲରେ ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର ଓ ବରିଷ୍ଠ ଓକିଲ ଶ୍ରୀରାମ ପଞ୍ଚୁ ସଦସ୍ୟ ରହିଛନ୍ତି । ପ୍ୟାନେଲ ସଦସ୍ୟମାନେ ଉଭୟ ପକ୍ଷ ସହ ଆଲୋଚନା କରି ବିବାଦର ସମାଧାନ କରିବେ । ଏହି ପୂରା ପ୍ରକ୍ରିୟା ଶେଷ କରିବା ପାଇଁ ସୁପ୍ରିମକୋର୍ଟ ଆଠ ସପ୍ତାହ ସମୟ ପ୍ରଦାନ କରିଛନ୍ତି । ମଧ୍ୟସ୍ଥତାର ଆଲୋଚନା ଫୈଜାବାଦରେ ଅନୁଷ୍ଠିତ ହେବ । ଏହି ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ଓ ଏହାକୁ ସଂପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ପୂର୍ବରୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.