Below header

ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣା: ବିଦ୍ୟୁତ୍‌ ଆଘାତରେ ଯାଇଛି ୪୦ ଜଣଙ୍କ ପ୍ରାଣ!

ଓଡ଼ିଶାର ବାଲେଶ୍ୱରରେ ହୋଇଥିବା ଭୀଷଣ ରେଳ ଦୁର୍ଘଟଣା ସାରା ବିଶ୍ୱର ଛାତି ଥରାଇ ଦେଇଛି। ଏହାରି ଭିତରେ ଖବର ଆସିଛି ଯେ ୪୦ ଜଣ ମୃତ ଲୋକଙ୍କଠାରେ କୌଣସି ବି ପ୍ରକାର ବାହ୍ୟ ଆଘାତ ଚିହ୍ନ ଦେଖିବାକୁ ମିଳିନାହିଁ।

ଓଡ଼ିଶାର ବାଲେଶ୍ୱରରେ ହୋଇଥିବା ଭୀଷଣ ରେଳ ଦୁର୍ଘଟଣା ସାରା ବିଶ୍ୱର ଛାତି ଥରାଇ ଦେଇଛି। ମୃତ୍ୟୁ ସଂଖ୍ୟା ୨୭୮ ଥିବାବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏହାରି ଭିତରେ ଖବର ଆସିଛି ଯେ ୪୦ ଜଣ ମୃତ ଲୋକଙ୍କଠାରେ କୌଣସି ବି ପ୍ରକାର ବାହ୍ୟ ଆଘାତ ଚିହ୍ନ ଦେଖିବାକୁ ମିଳିନାହିଁ।

ରେସ୍କ୍ୟୁ ଅପରେସନରେ ନିୟୋଜିତ ଜଣେ ପୋଲିସ ଅଧିକାରୀ କହିଛନ୍ତି, ଦୁର୍ଘଟଣାସ୍ଥଳରୁ ଏଭଳି ୪୦ଟି ମୃତଦେହ ଉଦ୍ଧାର କରାଯାଇଥିଲା, ଯେଉଁମାନଙ୍କଠାରେ କୌଣସି ବି ବାହ୍ୟ ଆଘାତ ଚିହ୍ନ ନ ଥିଲା। ଅଧିକାରୀ କହିଥିଲେ କି, କରେଣ୍ଟ ଲାଗିବା କାରଣରୁ ସେମାନଙ୍କର ମୃତ୍ୟୁ ହୋଇଥାଇପାରେ। କୁହାଯାଉଛି, ଟ୍ରେନ୍‌ ଉପରେ ଓଭରହେଡ୍‌ କେବଲ୍‌ ତାର ଛିଣ୍ଡି ପଡ଼ିଥିଲା, ଯାହାଫଳରେ ଟ୍ରେନ୍‌ ବଗିରେ କରେଣ୍ଟ୍‌ ବ୍ୟାପିଯାଇଥିଲା।

ଜିଆର୍‌ପି ଦ୍ୱାରା ରୁଜୁ କରାଯାଇଥିବା ମାମଲାରେ କୁହାଯାଇଛି କି, ଅନେକ ଯାତ୍ରୀଙ୍କ ମୃତ୍ୟୁ ଆଭ୍ୟନ୍ତରୀଣ ଧକ୍କା ଏବଂ କରେଣ୍ଟ୍‌ ଲାଗିବା କାରଣରୁ ହୋଇଛି। ଟ୍ରେନ୍‌ ଉପରେ ଲୋ ଟେନ୍ସନ ଲାଇନ୍‌ ଛିଣ୍ଡି ପଡ଼ିବା ଦ୍ୱାରା ବଗିରେ କରେଣ୍ଟ୍‌ ବ୍ୟାପିଯାଇଥିଲା। ବେଙ୍ଗାଲୁରୁ-ହାଓ୍ଵଡା ଏକ୍ସପ୍ରେସ୍‌ ସହ କରମଣ୍ଡଳର ଏକ୍ସପ୍ରେସ୍‌ର ଧକ୍କା ପରେ କେବଲ୍‌ ଛିଣ୍ଡିଯାଇଥିବା ଅନୁମାନ କରାଯାଉଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ଗୋଟିଏ ପଟେ ଅନେକ ଶବ ଥିଲେ, ଯେଉଁମାନଙ୍କୁ ଚିହ୍ନଟ କରାଯାଇ ପାରୁ ନ ଥିଲା ଏବଂ ଅନ୍ୟପଟେ ୪୦ଟି ମୃତଦେହରେ କୌଣସି ବି ବାହ୍ୟ ଆଘାତଜନିତ ଚିହ୍ନ ଦେଖିବାକୁ ମିଳି ନ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.