Below header

ଟନେଲ ଭିତରେ ୪୦ ଜୀବନ, ‘ଆମେରିକୀୟ ଓଗାର’ ମେସିନ୍ ସାହାଯ୍ୟରେ ଶୁରଙ୍ଗ କରି ବିଛାଯାଉଛି ପାଇପ୍

ଉତ୍ତରକାଶୀ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କ ଉଦ୍ଧାର ପାଇଁ ଚାଲିଛି ପ୍ରୟାସ ।ଆମେରିକୀୟ ଓଗାର’ ମେସିନ୍ ସାହାର୍ଯ୍ୟରେ ଶୁରଙ୍ଗ କରି ପାଇପ୍ ବିଛାଯାଉଛି । ଏହି ମେସିନ୍ ସାହାଯ୍ୟରେ ଆବର୍ଜନା ହଟାଯିବା ପରେ ପ୍ରାୟ ୭୦ ମିଟର ପାଇପ୍ ପକାଯିବ । ଏହାପରେ ଶ୍ରମିକମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ ।

ନୂଆଦିଲ୍ଲୀ: ଉତ୍ତରକାଶୀ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କ ଉଦ୍ଧାର ପାଇଁ ଚାଲିଛି ପ୍ରୟାସ । ‘ଆମେରିକୀୟ ଓଗାର’ ମେସିନ୍ ସାହାର୍ଯ୍ୟରେ ଶୁରଙ୍ଗ କରି ପାଇପ୍ ବିଛାଯାଉଛି । ଏହି ମେସିନ୍ ସାହାଯ୍ୟରେ ଆବର୍ଜନା ହଟାଯିବା ପରେ ପ୍ରାୟ ୭୦ ମିଟର ପାଇପ୍ ପକାଯିବ । ଏହାପରେ ଶ୍ରମିକମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ । ହେଲେ ୨୫ ମିଟର ଗଭୀରତା ପର୍ଯ୍ୟନ୍ତ ଡ୍ରିଲିଂ ବେଳେ ମେସିନରେ ଏକ ଧାତୁ ମାଡ଼ ହୋଇଥିଲା ।

ଏହାକୁ କଟରରେ କଟାଯାଇ ପୁନଃ ଡ୍ରିଲିଂ କରାଯିବ । ଉଦ୍ଧାରକାରୀ ଦଳ ଶ୍ରମିକମାନଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି । ପାଇପ୍ ଯୋଗେ ପଠାଯାଉଛି ଅକ୍ସିଜେନ, ଖାଦ୍ୟ ଓ ଔଷଧ । ଫସିଥିବା ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ୫ ଜଣ ଓଡ଼ିଆ ଶ୍ରମିକ । ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ସୂଚନା ଦେଇଛନ୍ତି ଶ୍ରମ ଆୟୁକ୍ତ ଏନ୍ ତିରୁମାଲା ନାୟକ। ସେଠାରେ ମୁତୟନ ଅଛନ୍ତି ଓଡ଼ିଶାର ୨ ଲେବର ଅଫିସର। ଫସିଥିବା ଶ୍ରମିକଙ୍କ ପରିବାର ସହ ସମ୍ପର୍କ କରାଯାଇଛି। ଉଦ୍ଧାର ହେବା ମାତ୍ରେ ଓଡ଼ିଶା ଅଣାଯିବା ନେଇ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଶ୍ରମ ଆୟୁକ୍ତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.