ସିଙ୍ଗଡ଼ାରୁ ବାହାରିଲା ମଲା ଝିଟିପିଟି, ସିଙ୍ଗଡା ଖାଇ ୧୩ ବର୍ଷର ଝିଅ ହସ୍ପିଟାଲରେ ଭର୍ତ୍ତି

ଉତ୍ତରପ୍ରଦେଶର ହାପୁର ସହରର ଚଣ୍ଡୀ ରୋଡରେ ଅବସ୍ଥିତ ଏକ ମିଠା ଦୋକାନରୁ କିଣାଯାଇଥିବା ସିଙ୍ଗଡ଼ାରୁ ମଲା ଝିଟିପିଟି ବାହାରିଥିବା ଏକ ମାମଲା ସାମ୍ନାକୁ ଆସିଛି । ସିଙ୍ଗଡା ଖାଇ ଦୁହେଁ ବାପା ଝିଅ ହସ୍ପିଟାଲରେ ଆଡମିଟ ହୋଇଛନ୍ତି ।

ଆଜିକାଲିର ବ୍ୟସ୍ତବହୁଳ ଦୁନିଆରେ ଘର ତିଆରି ଖାଦ୍ୟର ଚାହିଦା ବହୁତ କମିଗଲାଣି । ଘରେ ଖାଦ୍ୟ ତିଆରି କରି ଖାଇବାକୁ କାହା ପାଖରେ ସମୟ ନାହିଁ । ତେଣୁ ପ୍ରାୟତଃ ସମସ୍ତେ ବାହାର ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । ତେବେ ଏହି ବାହାର ତଥା ଫାଷ୍ଟଫୁଡ ଖାଦ୍ୟ ଆମ ଶରୀର ପାଇଁ କେତେ ସୁରକ୍ଷିତ, କଣ ଆପଣ କେବେ ଚିନ୍ତା କରିଛନ୍ତି ? ଏହି ଫାଷ୍ଟଫୁଡ ଖାଦ୍ୟରେ କେତେବେଳେ ଅପମିଶ୍ରଣ ତ କେତେବେଳେ କୀଟପତଙ୍ଗ ମରି ପଡିଥିବାର ଖବର ତ ଆପଣମାନେ ନିଶ୍ଚୟ ଶୁଣିଥିବେ । ଯାହାଦ୍ୱାରା ଲୋକମାନେ ଫୁଡ ପଏଜନିଂର ଶିକାର ହୁଅନ୍ତି । ଏହି ଭଳି ଏକ ଘଟଣା ଉତ୍ତରପ୍ରଦେଶର ହାପୁରଠାରେ ଘଟିଛି । ଲୋକାଲ ମାର୍କେଟରୁ ସିଙ୍ଗଡା ଖାଇ ଦୁହେଁ ବାପା ଝିଅ ହସ୍ପିଟାଲରେ ଆଡମିଟ ହୋଇଛନ୍ତି । କାରଣ ଏହି ସିଙ୍ଗଡ଼ାରୁ ବାହାରିଥିଲା ମଲା ଝିଟିପିଟି ।

ହାପୁର ସହରର ଚଣ୍ଡୀ ରୋଡରେ ଅବସ୍ଥିତ ଏକ ମିଠା ଦୋକାନରୁ କିଣାଯାଇଥିବା ସିଙ୍ଗଡ଼ାରୁ ମଲା ଝିଟିପିଟି ବାହାରିଥିବା ଏକ ମାମଲା ସାମ୍ନାକୁ ଆସିଛି । ଏବେ ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ପୋଲିସ କଣ୍ଟ୍ରୋଲ ରୁମରେ ଏହି ଘଟଣା ସମ୍ପର୍କରେ ପରିବାର ଲୋକ ଅଭିଯୋଗ କରିଛନ୍ତି । ମୋହଲ୍ଲା ନ୍ୟୁ ଆର୍ଯ୍ୟ ନଗରର ମନୋଜଙ୍କ ପୁଅ ଅଜୟ କୁମାର ତାଙ୍କ ଘରକୁ ଆସିଥିବା ସମ୍ପର୍କୀୟଙ୍କ ପାଇଁ ଚଣ୍ଡି ରୋଡରେ ଅବସ୍ଥିତ ଏକ ମିଠା ଦୋକାନରୁ ସିଙ୍ଗଡ଼ା ଆଣିଥିଲେ । ଯେତେବେଳେ ସେ ନିଜ ସମ୍ପର୍କୀୟମାନେ ଏହାକୁ ଖାଇବା ଆରମ୍ଭ କଲେ, ସେତେବେଳେ ସେ ସିଙ୍ଗଡ଼ା ମଧ୍ୟରୁ ଗୋଟେ ଝିଟିପିଟି ଦେଖିଲେ, ଏହା ଦେଖି ତାଙ୍କ ହାତରୁ ସିଙ୍ଗଡ଼ା ତଳେ ପଡ଼ିଗଲା ।

ସିଙ୍ଗଡ଼ାରେ ଝିଟିପିଟି ଦେଖିବା ପରେ ଘରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅଳ୍ପ ସମୟ ମଧ୍ୟରେ ଏହି ଖବର ସ୍ଥାନୀୟ ଅଞ୍ଚଳରେ ବ୍ୟାପିଗଲା ଏବଂ ବହୁ ସଂଖ୍ୟକ ଲୋକ ଘଟଣାସ୍ଥଳରେ ଏକାଠି ହୋଇଥିଲେ । ଏହି ସିଙ୍ଗଡ଼ା ଖାଇବା ପରେ ୧୩ ବର୍ଷର ଝିଅ ରାଧିକାଙ୍କ ଅବସ୍ଥା ବିଗିଡି ଯାଇଥିଲା । ଯାହାପରେ ଝିଅଟିକୁ ଲୋକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ପରେ ପୀଡିତାଙ୍କ ପରିବାର ପୋଲିସ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲେ ।

ପୀଡିତାଙ୍କ ପରିବାର ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । କୋଟୱାଲୀ ଦାୟିତ୍ୱରେ ଥିବା ସୁମନ କୁମାର ସିଂ କହିଛନ୍ତି ଯେ ଅଭିଯୋଗ ଆଧାରରେ ଏହି ଘଟଣାର ତଦନ୍ତ କରାଯାଉଛି । ଅନ୍ୟ ପଟେ, ଦୋକାନ ମାଲିକ ତାଙ୍କ ଭୁଲକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଦୋକାନ ମାଲିକ କହିଛନ୍ତି ଯେ ସିଙ୍ଗଡ଼ାର ଆଳୁ ହାତରେ ଭରି କରାଯାଏ । ଏଭଳି ପରିସ୍ଥିତିରେ ସିଙ୍ଗଡ଼ାରେ ଝିଟିପିଟି ଆସିବାର ପ୍ରଶ୍ନ ଉଠୁନାହିଁ । ସେ ଘଟଣାର ତଦନ୍ତ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଆଜିକାଲି ଏହିଭଳି ଅନେକ ଘଟଣା ଘଟୁଛି । ସେଥିପାଇଁ ଯେତେ ସମ୍ଭବ କମ ବାହାର ଖାଦ୍ୟ ଖାଆନ୍ତୁ । କାରଣ ଏବେ ଏହା ଜୀବନ ପ୍ରତି ମଧ୍ୟ ବିପଦପୂର୍ଣ୍ଣ । ଘର ତିଆରି ଖାଦ୍ୟ ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତୁ । ନିଜେ ସତର୍କ ରୁହନ୍ତୁ ଏବଂ ଅନ୍ୟକୁ ସତର୍କ କରାନ୍ତୁ, ନିରାପଦ ରୁହନ୍ତୁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.