Below header

ଯମୁନା ଏକ୍ସପ୍ରେସ ୱେରେ ଦୁଇ ବସ୍‌ ମୁହାଁମୁହିଁ, ୪୦ ଆହତ

ଯମୁନା ଏକ୍ସପ୍ରେସ ୱେରେ ମଥୁରା ନିକଟ ମାଇଲ ଷ୍ଟୋନ ୧୧୦ ରାୟ କଟରେ ଦୁଇଟି ବସ୍ ପରସ୍ପର ସହ ମୁହାଁମୁହିଁ ହୋଇଥିଲା । ଭୟଙ୍କର ଧକ୍କା ହେବାରୁ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

ଉତ୍ତରପ୍ରଦେଶର ଯମୁନା ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରାତି ପ୍ରାୟ ୩ ଟା ସମୟରେ ଯମୁନା ଏକ୍ସପ୍ରେସୱେରେ ଦୁଇଟି ବସ୍ ମଧ୍ୟରେ ଭୟଙ୍କର ଧକ୍କା ହେବାରୁ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାର ଖବର ପାଇବା ମାତ୍ରେ ଘଟଣା ସ୍ଥଳରେ ପୋଲିସ ଏବଂ ପ୍ରଶାସନ ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଯମୁନା ଏକ୍ସପ୍ରେସ ୱେରେ ମଥୁରା ନିକଟ ମାଇଲ ଷ୍ଟୋନ ୧୧୦ ରାୟ କଟରେ ଦୁଇଟି ବସ୍ ପରସ୍ପର ସହ ମୁହାଁମୁହିଁ ହୋଇଥିଲା । ଏହି ଦୁର୍ଘଟଣାରେ ୪୦ ଜଣ ଆହତ ହୋଇଛନ୍ତି ।

ଯମୁନା ଏକ୍ସପ୍ରେସୱେରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାକୁ ନେଇ ପୋଲିସ କହିଛି ଯେ, ଦୁର୍ଘଟଣାର ଶିକାର ହୋଇଥିବା ଗୋଟିଏ ବସ୍ ଢୋଲପୁର ନୋଏଡା ଏବଂ ଅନ୍ୟ ବସ୍ ଏଟାୱା ଠାରୁ ନୋଏଡା ଯାଉଥିଲା । ତେବେ ଏହି ଦୁଇଟି ବସ୍ ଯମୁନା ଏକ୍ସପ୍ରେସୱେରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।

ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ବର୍ତ୍ତମାନ କୁହୁଡି ଲାଗି ରହିଛି । ଯାହା ପାଇଁ ଭିଜିବିଲିଟି କମ୍‌ ହେଉଛି  । କମ୍‌ ଦୃଶ୍ୟମାନ ହେଉଥିବାରୁ ଯାନବାହନ ଦେଖାଯାଉନାହିଁ । ତେବେ ଏହି ଦୁର୍ଘଟଣା କୁହୁଡି ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି । ଘଟଣା ପରେ ରାସ୍ତାରୁ ବସ୍‌ ହଟାଯାଇ ଯାତାୟାତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.