Below header

ଅଲୋଡ଼ା ହେଲା ଶିଶୁକନ୍ୟା: ବସ୍ ଚକା ତଳେ ଛୁଆକୁ ଛାଡ଼ି ଫେରାର ହୋଇଗଲା ନିର୍ଦ୍ଦୟୀ ମା’

ଅଲୋଡ଼ା ହେଲା ଶିଶୁକନ୍ୟା । ବସ୍ ଚକା ତଳେ ଶିଶୁକନ୍ୟାକୁ ଛାଡ଼ି ନିର୍ଦ୍ଦୟୀ ମାଆ ଫେରାର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବସଷ୍ଟାଣ୍ଡରୁ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ବସ୍ ହେଲପର ଗାଡ଼ିର ଚକ ଗୁଡିକୁ ନିରୀକ୍ଷଣ କରୁଥିବା ବେଳେ ଏକ ପ୍ଲାଷ୍ଟିକ ବ୍ୟାଗ ଭିତରେ ଶିଶୁ କନ୍ୟାକୁ ଦେଖିବାକୁ ପାଇଥିଲେ ।

କେନ୍ଦୁଝର (କେନ୍ୟୁଜ): ଅଲୋଡ଼ା ହେଲା ଶିଶୁକନ୍ୟା । ବସ୍ ଚକା ତଳେ ଶିଶୁକନ୍ୟାକୁ ଛାଡ଼ି ନିର୍ଦ୍ଦୟୀ ମାଆ ଫେରାର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବସଷ୍ଟାଣ୍ଡରୁ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ବସ୍ ହେଲପର ଗାଡ଼ିର ଚକ ଗୁଡିକୁ ନିରୀକ୍ଷଣ କରୁଥିବା ବେଳେ ଏକ ପ୍ଲାଷ୍ଟିକ ବ୍ୟାଗ ଭିତରେ ଶିଶୁ କନ୍ୟାକୁ ଦେଖିବାକୁ ପାଇଥିଲେ ।

ସଙ୍ଗେସଙ୍ଗେ ସ୍ଥାନୀୟ ଲୋକଙ୍କୁ ଖବର ଦେବା ସହ ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶିଶୁ କନ୍ୟାକୁ ଉଦ୍ଧାର ପରେ ଚିକିତ୍ସା କରାଯାଇଥିଲା । ପ୍ରବଳ ଶୀତରେ ଶିଶୁକନ୍ୟାର ଅବସ୍ଥା ଗମ୍ଭୀର ହୋଇଥିଲା । ଚିକିତ୍ସା ପରେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ଶିଶୁକନ୍ୟାର ପରିବାରକୁ ଖୋଜିବା ପାଇଁ ପୋଲିସ ଅଧିକ ତଦନ୍ତ ଚଳାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.