ଦେଶରେ ଗତ ୨୪ ଘଣ୍ଟାରେ ୫,୮୮୦ ନୂଆ ସଂକ୍ରମିତ ଚିହ୍ନଟ, ମୁକାବିଲା ନେଇ ସାରା ଦେଶରେ ସବୁ ହସ୍ପିଟାଲରେ ଚାଲିଛି ମକଡ୍ରିଲ

ଆଜି ବି ୫ ହଜାର ଉପରେ ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟାରେ ୫,୮୮୦ ନୂଆ ସଂକ୍ରମିତ ଚିହ୍ନଟ । ଆକ୍ଟିଭ କେସ୍‌ ୩୫ ହଜାରକୁ ବୃଦ୍ଧି ପାଇଛି । ୩୫ ହଜାର ୧୯୯ରେ ପହଞ୍ଚିଛି ଆକ୍ଟିଭ କେସ । କରୋନା ମୁକାବିଲା ନେଇ ସାରା ଦେଶରେ ସବୁ ହସ୍ପିଟାଲରେ ଚାଲିଛି ମକଡ୍ରିଲ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ମକଡ୍ରିଲ ଚାଲିବ।

ନୂଆଦିଲ୍ଲୀ: ଆଜି ବି ୫ ହଜାର ଉପରେ ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟାରେ ୫,୮୮୦ ନୂଆ ସଂକ୍ରମିତ ଚିହ୍ନଟ । ଆକ୍ଟିଭ କେସ୍‌ ୩୫ ହଜାରକୁ ବୃଦ୍ଧି ପାଇଛି । ୩୫ ହଜାର ୧୯୯ରେ ପହଞ୍ଚିଛି ଆକ୍ଟିଭ କେସ । କରୋନା ମୁକାବିଲା ନେଇ ସାରା ଦେଶରେ ସବୁ ହସ୍ପିଟାଲରେ ଚାଲିଛି ମକଡ୍ରିଲ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ମକଡ୍ରିଲ ଚାଲିବ। କୋଭିଡ ମୁକାବିଲା ପ୍ରସ୍ତୁତି ନେଇ ମକଡ୍ରିଲ ହେଉଛି ।

ଦୁଇ ଦିନ ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିଥିଲେ । ଏପ୍ରିଲ ୧୦ ଓ ୧୧ ତାରିଖରେ ଦେଶବ୍ୟାପୀ ସବୁ ହସ୍ପିଟାଲରେ ମକ୍‌ଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ। ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଏପ୍ରିଲ ମାସର ପ୍ରଥମ ୩ ଦିନ ଦୈନିକ ସଂକ୍ରମଣ ୩ ହଜାର ଥିଲା। ଏହା ପରେ ପ୍ରତିଦିନ ନୂଆ କେସ୍‌ ବଢ଼ି ଚାଲିଛି। ସଂକ୍ରମଣ ବଢ଼ିବାରୁ ମୁକାବଲା ଚିନ୍ତା ବଢ଼ିଛି।

ଦେଶରେ ଚତୁର୍ଥ ଲହର ଆସିବାର ଆଶଂକା ପ୍ରକାଶ ପାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କଟକଣା ବଢାଇଲେଣି ବିଭିନ୍ନ ରାଜ୍ୟ । ସଂକ୍ରମଣ ବୃଦ୍ଧିକୁ ନେଇ କିଛି ରାଜ୍ୟ ପୁଣି ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି । କେରଳ ପରେ ହରିଆଣା ଓ ପୁଡୁଚେରୀରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। କେରଳରେ ବୟସ୍କ, ବହୁବିଧ ରୋଗରେ ପୀଡ଼ିତ ଓ ଗର୍ଭବତୀ ମହିଳାଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରାଯାଇଛି।

Leave A Reply

Your email address will not be published.