ଫିରୋଜ ଶାହ କୋଟଲା ପଡ଼ିଆରେ ଲାଗିଲା ଅରୁଣ ଜେଟ୍‌ଲୀଙ୍କ ୬ ଫୁଟ୍‌ର ମୂର୍ତ୍ତି, ଅନାବରଣ କଲେ ଗୃହମନ୍ତ୍ରୀ ଅମିତ ଶାହ

ଆଜି ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍‌ ସଂଘର ପୂର୍ବ ଅଧ୍ୟକ୍ଷ ଅରୁଣ ଜେଟଲୀଙ୍କ ଜନ୍ମଦିନ। ଏ ଅବସରରେ ଦିଲ୍ଲୀର ଫିରୋଜ ଶାହ କୋଟଲା ପଡ଼ିଆରେ ସୋମବାର ସ୍ୱର୍ଗୀୟ ଅରୁଣ ଜେଟଲୀଙ୍କ ମୂର୍ତ୍ତି ଅନାବରଣ କରାଯାଇଛି। ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୂର୍ତ୍ତି ଅନାବରଣ କରିଛନ୍ତି। ଏହି ମୂର୍ତ୍ତିର ଉଚ୍ଚତା ୬ ଫୁଟ୍‌ ରହିଛି।


ଏ ଅବସରରେ ଶାହ କହିଛନ୍ତି, ଏହା ମୋ ପାଇଁ ସମ୍ମାନର କଥା ଯେ ଅରୁଣ ଜେଟଲୀଙ୍କ ପ୍ରତିମା ଅନାବରଣ କରିବା ସୁଯୋଗ ମୋତେ ମିଳିଛି। ଏ ଅବସରରେ କାର୍ଯ୍ୟକ୍ରମରେ ଜେଟଲୀଙ୍କ ପୁଅ ମଧ୍ୟ ଉପସ୍ଥିତ ଥିଲେ। ସେ ପଡ଼ିଆ ବାହାରେ ଏକ ଗଛ ଲଗାଇଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ, କ୍ରୀଡ଼ା ମନ୍ତ୍ରୀ ରିଜ୍‌ଜୁ, ରାଜ୍ୟ ଅର୍ଥମନ୍ତ୍ରୀ ତଥା ବିସିସିଆଇର ପୂର୍ବ ଅଧ୍ୟକ୍ଷ ଅନୁରାଗ ଠାକୁରଙ୍କ ସମେତ କ୍ରିକେଟ୍‌ ଟିମ୍‌ର ପୂର୍ବ କ୍ୟାପଟେନ୍‌ ସୌରଭ ଗାଙ୍ଗୁଲି, ସୁରେଶ ରୈନା, ଶିଖର ଧଓ୍ଵନ୍‌ ଉପସ୍ଥିତ ଥିଲେ।

ପ୍ରକାଶ ଯେ ୧୯୯୭ରୁ ୨୦୧୩ ପର୍ଯ୍ୟନ୍ତ ଡିଡିସିଏର ଅଧ୍ୟକ୍ଷ ରହି ଆସିଥିବା ଅରୁଣ ଜେଟ୍‌ଲୀଙ୍କର ୨୦୧୯ରେ ମୃତ୍ୟୁ ଘଟିଥିଲା। ତାଙ୍କ ନିଧନ ପରେ ଗତବର୍ଷ ସେପ୍ଟେମ୍ବରରେ ଫିରୋଜ ଶାହ କୋଟଲା ଷ୍ଟାଡିୟମ୍‌ର ନାଁ ବଦଳାଇ ଜେଟଲୀଙ୍କ ନାଁରେ କରି ଦିଆଯାଇଥିଲା।

Leave A Reply

Your email address will not be published.