Below header

ନୂଆବର୍ଷରେ କରନ୍ତୁ ଏହିସବୁ କାମ, ହେବ ଧନପ୍ରାପ୍ତି, ମିଳିବ ସୁଖଶାନ୍ତି

ନୂଆବର୍ଷ ଆସିବାକୁ ଆଉ ମାତ୍ର ୩ ଦିନ ବାକି ଅଛି। ୨୦୨୧କୁ ନେଇ ଲୋକଙ୍କ ମନରେ ଉତ୍ସାହ ଏବଂ ଉଦ୍ଦୀପନା ରହିଛି। ସମସ୍ତେ ନୂଆବର୍ଷକୁ ନେଇ ନୂଆ ଖୁସି ଏବଂ ସ୍ବାଗତ କରିବାକୁ ଚାହିଁବସିଛନ୍ତି। ତେବେ ନୂଆବର୍ଷରେ ଏମିତି କିଛି ଉପାୟ ଆପଣାନ୍ତୁ, ଫଳରେ ଧନପ୍ରାପ୍ତ ହେବା ସହ ମାନ ସମ୍ମାନ ବଢ଼ିବ । ଯାହାକୁ ଆପଣାଇ ନୂଆବର୍ଷରେ ଆଗାମୀ ଜୀବନକୁ ସୁଖମୟ କରିପାରିବେ।

ବାସ୍ତୁ ଅନୁସାରେ, ଯଦି ଆପଣଙ୍କ ଘର ଟାଙ୍କିରୁ କିମ୍ବା ନଳରୁ ଅଯଥା ପାଣି ବୋହୁଛି, ତେବେ ଏହା ଶୁଭ ନୁହେଁ। କହନ୍ତି, ଯାହା ଘରେ ଏମିତି ହୁଏ, ତାଙ୍କର ଉନ୍ନତି ହୁଏନାହିଁ। ଅଯଥାରେ ଧନଖର୍ଚ୍ଚ ହୁଏ। ଘରେ ସୁଖ ଶାନ୍ତି ପାଇଁ ନଳ ପାଣିର ପ୍ରଭାହ ସବୁବେଳେ ଉତ୍ତର ପୂର୍ବ ଦିଗରେ ହେବା ଉଚିତ।

tanki

 

କୁହାଯାଏ, ସବୁଦିନ ଗଛରେ ପାଣି ଦେଲେ ଧନପ୍ରାପ୍ତି ଯୋଗ ହୋଇଥାଏ। ପରିବାର ଲୋକଙ୍କ ମଧ୍ୟରେ ଭାଇଚାରା ଲାଗି ରହିଥାଏ। ଏହାଛଡା ଛାତରେ ଦକ୍ଷିଣ –ପଶ୍ଚିମ ଦିଗରେ ପାଣି ଟାଙ୍କି ଲଗାଇବା ଉଚିତ।

ତେବେ ଘରର ଲୋକ ସୁସ୍ଥ ରହିବା ପାଇଁ ଦକ୍ଷିଣ ଦିଗକୁ ମୁଣ୍ଡ ଏବଂ ଉତ୍ତର ଦିଗକୁ ଗୋଡ କରି ଶୋଇବା ଉଚିତ। ତେବେ ସବୁବେଳେ ଘରେ ଉତ୍ତର ପୂର୍ବ କିମ୍ବା ପୂର୍ବ ଦିଗରେ ବସି ଖାଇବା ଶୁଭ ହୋଇଥାଏ।

tips

କୁହାଯାଏ ପୂର୍ବ ଦିଗକୁ ମୁହଁ କରି ଖାଇବା ଦ୍ବାରା ଭୋଜନର ସମ୍ପନ୍ନତା ଆସିଥାଏ। କେବେ ବି ଦକ୍ଷିଣ ଦିଗକୁ ଚାହିଁ ଭୋଜନ କରିବେ ନାହିଁ।
କେବେ ବି ଦକ୍ଷିଣ ପଶ୍ଚିମ ଦିଗରେ ମନ୍ଦିର ବନାନ୍ତୁ ନାହିଁ। ଯେଉଁ ଘରେ ଏମିତି ହୁଏ, ସେ ଘରର ଉନ୍ନତି କେବେ ବି ହୋଇପାରେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.