ଚିନ୍ତା ବଢାଉଛନ୍ତି ବ୍ରିଟିଶ ଫେରନ୍ତା, ୧୮୧ ରୁ ୬୨ ଜଣଙ୍କ ମିଳୁନି ପତ୍ତା

ଭୁବନେଶ୍ୱର(କେ ନ୍ୟୁଜ): ବ୍ରିଟେନ୍‌ରୁ କରୋନା ଭାଇରସର ଏକ ନୂଆ ରୂପ ଚିନ୍ତା ବଢ଼ାଇବାରେ ଲାଗିଛି । ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ଫେରନ୍ତାଙ୍କୁ ଖୋଜିବା ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ । ଯଦି ଉଚିତ ସମୟରେ ସେମାନଙ୍କୁ ଠାବ କରା ନ ଯାଏ ତେବେ ସେମାନଙ୍କ ଠାରୁ ସଂକ୍ରମଣ ବ୍ୟାପିବା ସମ୍ଭାବନା ରହିଛି । ରିପୋର୍ଟ ଅନୁଯାୟୀ ଏଯାବତ ନଭେମ୍ବର ୩୦ରୁ ଡିସେମ୍ବର ୨୧ ଭିତରେ ଲଣ୍ଡନରୁ ଓଡ଼ିଶା ଫେରିଛନ୍ତି ୧୮୧ ଜଣ । ସେମାନଙ୍କ ମଧ୍ୟରୁ ୧୧୯ ଜଣଙ୍କ ପତ୍ତା ମିଳିଛି ।

ଆଉ ଏସମସ୍ତଙ୍କ କରୋନା ପରୀକ୍ଷା ମଧ୍ୟ କରାଯାଇଛି । ଏମାନଙ୍କ ମଧ୍ୟରୁ ୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କିନ୍ତୁ ବାକି ୬୨ ଜଣଙ୍କର ଏଯାବତ କୌଣସି ପତ୍ତା ମିଳି ପାରିନାହିଁ । ସେମାନେ ଭୁଲ ଫୋନ୍‌ ନମ୍ବର ଓ ଠିକଣା ଦେଇଥିବାରୁ ତାଙ୍କୁ ଠାବ କରିବା କଷ୍ଟକର ହେଉଥିବା ନେଇ କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ । ଆଉ ଏନେଇ ଦିନ କୁ ଦିନ ଚିନ୍ତା ବଢ଼ିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.