Below header

କ୍ଷମା ମାଗିଲେ ବଲିଉଡ ବାଦଶାହ ଅମିତାଭ ବଚ୍ଚନ ! ଜାଣନ୍ତୁ କାହିଁକି

ବଲିଉଡ ବାଦଶାହ ଅମିତାଭ ବଚ୍ଚନ ସୋସିଆଲ ମିଡ଼ିଆ ଜରିଆରେ ନିଜ ଫ୍ୟାନ୍ସ ଓ ଫଲୋଅର୍ଶଙ୍କ ନିକଟକୁ ନିଜ ହୃଦୟର କଥା ପହଞ୍ଚାଇଥାନ୍ତି । ଏହା ସହ ଟ୍ୱିଟ ଉପରେ ନିଜେ ରିଟ୍ୱିଟ ବି କରିଥାନ୍ତି । କିନ୍ତୁ ନିକଟରେ ପ୍ଳେଜୋରୀଜମ ଆରୋପରେ ଅମିତାଭଙ୍କ ନାଁ ଚର୍ଚ୍ଚାର ପରିସରକୁ ଆସିଥିଲା । ଅବଶ୍ୟ ଅମିତାଭଙ୍କ ଅଜାଣତରେ ହିଁ ଏମିତି ହୋଇଥିବା ଜଣାଯାଇଛି । ପ୍ରକୃତରେ ଟିସା ଅଗ୍ରୱାଲ ନାମକ ଜଣେ ମହିଳାଙ୍କ ଲିଖିତ ଏକ କବିତାକୁ ଅମିତାଭ ବିନା କ୍ରେଡିଟରେ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଏହି ଘଟଣା ପଦାକୁ ଆସିବା ପରେ ତନାଘନାରୁ ବିଗ ବି ଜାଣି ପାରିଥିଲେକି ଅନ୍ୟ କାହାର ଏକ କବିତାକୁ ସେ ବିନା କ୍ରେଡିଟରେ ପୋଷ୍ଟ କରିଦେଇଛନ୍ତି । ଆଉ ଏକ ଟ୍ୱିଟ ପୋଷ୍ଟ କରି ଅମିତାଭ ନିଜ ପକ୍ଷ ମଧ୍ୟ ରଖିଛନ୍ତି । ଆଉ ଲେଖିଛନ୍ତିକି “ମୁଁ ସେୟାର କରିଥିବା କବିତାର କ୍ରେଡିଟ ଟିସା ଅଗ୍ରୱାଲଙ୍କୁ ଦେବା ଉଚିତ । ମୁଁ ଅଜାଣତରେ ଏମିତି ଏକ ଭୁଲ କରିଦେଇଛି । ମୋତେ କବିତାଟି ପସନ୍ଦ ଆସିବାରୁ ମୁଁ ଏହାକୁ ପୋଷ୍ଟ କରିଦେଇଥିଲି । ଆଉ ଏଥିପାଇଁ କ୍ଷମା ମାଗୁଛି ।”

କହିରଖିବା ଉଚିତ ହେବକି, ବିଗ ବିଙ୍କ ଆକାଉଣ୍ଟରୁ ସେୟାର ହୋଇଥିବା ଏହି କବିତାକୁ ନେଇ ବିବାଦ ଜୋର ଧରିଥିଲା । କବିତାର ପ୍ରକୃତ ଲେଖିକା ଟିସା ଅଗ୍ରୱାଲ ହିଁ ଅଭିଯୋଗ ଆଣିଥିଲେ । ପରେ କିନ୍ତୁ ବିଗ ବି ଭୁଲ ମାଗିବା ପରେ ସବୁ ସମସ୍ୟାର ସମାଧାନ ହୋଇଯାଇଛି । ଟିସା ଏହାକୁ ଚଳିତ ବର୍ଷ ଏପ୍ରିଲ ୨୪ ତାରିଖରେ ଲେଖି ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ସେ ଜଣେ କବୟିତ୍ରୀ ହୋଇଥିବା ବେଳେ ଅଧିକାଂଶ ସମୟରେ ନିଜ ଲିଖିତ କବିତା ଗୁଡିକୁ ବିଭିନ୍ନ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.