Below header

ନୂଆବର୍ଷର ଖୁସି ପାଲଟିଗଲା ଦୁଃଖ, ଲିଫ୍ଟ ନେଇଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଇନ୍ଦୋର (ମଧ୍ୟପ୍ରଦେଶ): ମଙ୍ଗଳବାର ଦିନ ସାରା ବିଶ୍ୱ ଥିଲା ଉତ୍ସବ ମୁଖର । ୨୦୧୯ ବର୍ଷକୁ ବିଦାୟ ଦେଇ ନୂତନ ବର୍ଷ ୨୦୨୦କୁ ସ୍ୱାଗତ କରୁଥିଲେ ସମସ୍ତେ । ଆନନ୍ଦ ଉଲ୍ଲାସ ଆଉ ମଜା ମସ୍ତି ଚାଲିଥିଲା । ଏହାରି ଭିତରେ ଘଟିଲା ଏକ ଭୟଙ୍କର ଅଘଟଣ । ଗୋଟିଏ ପରିବାର ହୋଇଥିଲା ଦୁର୍ଘଟଣାର ସମ୍ମୁଖୀନ । ଆଉ ସବୁଦିନ ପାଇଁ ଲିଭିଗଲା ସେମାନଙ୍କ ଜୀବନ ଦୀପ । ମଧ୍ଯପ୍ରଦେଶର ମହୁ ଅଞ୍ଚଳରେ ଥିବା ପାଟଲପାନିରେ ଘଟିଛି ଏହି ଦୁର୍ଘଟଣା ।

PUNIT-1

ନିଜ ଫାର୍ମ ହାଉସ୍‌ରେ ନୂଆବର୍ଷ ମନାଇବାକୁ ଯାଇଥିଲେ ଏଠାକାର ଜଣାଶୁଣା ଶିଳ୍ପପତି ପୁନିତ ଅଗ୍ରଓ୍ଵାଲ । ତାଙ୍କ ସହ ଥିଲେ ପରିବାରର ଅନ୍ୟ ୬ ଜଣ । ଫାର୍ମ ହାଉସ୍‌ରେ ନୂଆ କରି ଲାଗିଥିଲା କ୍ୟାପସୁଲ ଲିଫ୍ଟ । ଏହାର ଯାଞ୍ଚ କରାଯାଉଥିଲା । ଏହି ଲିଫ୍ଟ ରିମୋଟ୍‌ରେ ଚାଲେ । ତେବେ ପାଟଲପାନିର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପୁନିତ ଅଗ୍ରଓ୍ଵାଲ ଏହି ଲିଫ୍ଟ ଲଗାଇଥିଲେ । ହେଲେ ସେହି ଲିଫ୍ଟ ଅଚାନକ ଖସି ପଡ଼ିଲା ଏବଂ ତଳେ ନୂଆ ବର୍ଷ ଉତ୍ସବର ଖୁସିରେ ମସଗୁଲ ଥିବା ତାଙ୍କ ପରିବାର ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଲା । ପୁନିତଙ୍କ ସମେତ ୬ ଜଣ ଚାଲିଗଲେ ଆରପାରିକୁ । ପ୍ରାୟ ୭୦ ଫୁଟ ଉପରକୁ ଖସି ପଡ଼ିଥିଲା ଏହି ଲିଫ୍ଟ ।

INCIDENT PLACE-9

ଏମାନଙ୍କ ମଧ୍ୟରେ ଅଛନ୍ତି ପୁନିତ, ତାଙ୍କ ଝିଅ ପଲକ ଓ ଜ୍ୱାଇଁ ପଲକେଶ । ତିନି ବର୍ଷର ନାତି ନବ ଅଗ୍ରଓ୍ଵାଲ ଏବଂ ପୁନିତଙ୍କ ଭିଣୋଇ ଗୌରବ ଓ ତାଙ୍କର ୧୧ ବର୍ଷର ପୁଅ ଆର୍ଯ୍ୟବୀରଙ୍କ ମୃତ୍ୟୁ ଘଟିଛି । ଗୌରବଙ୍କ ପତ୍ନୀ ନିଧି ଗୁରୁତର ଆହତ ହୋଇଛନ୍ତି । ପୁନିତ ଅଗ୍ରଓ୍ଵାଲ ପାଟଲପାନି ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବାରୁ ତାଙ୍କ ପରିବାର ଏଭଳି ଦୁଃଖଦ ମୃତ୍ୟୁ ସମସ୍ତଙ୍କୁ ଭୀଷଣ ଆଘାତ ଦେଇଛି ।

PUNIT-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.