Below header

ଜି-ମେଲ୍‌କୁ ନେଇ ସାମ୍ନାକୁ ଆସିଲା ସାଂଘାତିକ ଅଭିଯୋଗ, ଅନ୍ୟଲୋକଙ୍କ ନିକଟକୁ ଯାଉଛି ଆପଣଙ୍କ ମେଲ୍‌

ବର୍ତ୍ତମାନ ପ୍ରାୟ ୯୯ ପ୍ରତିଶତ ଲୋକ ଜି-ମେଲ୍‌ ବ୍ୟବହାର କରୁଛନ୍ତି। ଡାଟାକୁ ସୁରକ୍ଷିତ ରଖୁଥିବାରୁ ଅଧିକାଂଶ ଲୋକ ଏହାକୁ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। କିନ୍ତୁ ଏବେ ଜି-ମେଲ୍‌ରେ ଏକ ତ୍ରୁଟି ପରିଲକ୍ଷିତ ହୋଇଛି। ବର୍ତ୍ତମାନ ଜି-ମେଲ୍‌ରେ ବଗ୍‌ ଯୋଗୁ କାହାକୁ କିଛି ମେଲ କଲେ ତାହା ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟକୁ ନ ଯାଇ ଅନ୍ୟ ଆଇଡିକୁ ଚାଲିଯାଉଥିବା ଅଭିଯୋଗ ହୋଇଛି। ଏହି ବଗ୍‌ ଯୋଗୁ ଲୋକଙ୍କ ପ୍ରାଇଭେସି ଉପରେ ପ୍ରଶ୍ନ ଉଠିଛି। ଏହି ବଗ୍‌ ଲାଗି ଆପଣଙ୍କ ବ୍ୟାଙ୍କ ସମ୍ପର୍କିତ ଡାଟା, ସାଲାରି ଆକାଉଣ୍ଟ ତଥା ଅନ୍ୟ ଡାଟା ଅନ୍ୟମାନଙ୍କ ପାଖକୁ ଚାଲିଯିବା ଆଶଙ୍କା ରହିଛି।

ଆଇଡିରେ ଏକ ଡଟ୍‌ କାରଣରୁ ଏଭଳି ସମସ୍ୟା ଦେଖାଦେଉଛି। ଯଦି ଆପଣ ଇମେଲ୍‌ ଆଇଡିରେ ଡଟ୍‌ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ନାମ ଥିବା ଆଇଡି ଯେଉଁଥିରେ ଡଟ୍‌ ବ୍ୟବହାର କରାଯାଉନାହିଁ ତାଙ୍କ ନିକଟକୁ ଆପଣଙ୍କ ମେଲ୍‌ ଚାଲିଯିବ।
ଉଦାହରଣ ସ୍ୱରୂପ ଆପଣଙ୍କ ଆଇଡି ହେଉଛି [email protected] ଓ ଆଉଜଣଙ୍କ ଆଇଡି ସମାନ ନାମରେ ରହିଛି କିନ୍ତୁ ଡଟ୍‌ ନାହିଁ [email protected]। ଏଭଳି କ୍ଷେତ୍ରରେ [email protected] ନାଁରେ ପଠାଯାଇଥିବା ମେଲ୍‌ [email protected] ଆକାଉଣ୍ଟକୁ ଚାଲିଯିବ।

ଏହି ବଗ୍‌କୁ ନେଇ କିଛି ଲୋକ ଗୁଗଲକୁ ଅଭିଯୋଗ କରିବା ପରେ ଗୁଗଲ ଏଥିପାଇଁ ଡଟ୍‌କୁ ଦାୟୀ କରିଛି। ଗୁଗଲର କହିବାନୁଯାୟୀ ଜି-ମେଲ୍‌ରେ ସମାନ ନାମରେ ଦୁଇଟି ଆଇଡି ରହିପାରିବ ନାହିଁ। ଲୋକମାନେ ଯାହାକୁ ମେଲ୍‌ କରୁଛନ୍ତି ତାଙ୍କ ଆଇଡି ଭୁଲ ଟାଇପ୍‌ କରୁଥିବାରୁ ଏଭଳି ସମସ୍ୟା ହେଉଛି। ଏଣୁ ମେଲ୍‌ ପଠାଇବା ପୂର୍ବରୁ ଆଉ ଥରେ ଯାଞ୍ଚ କରିବାକୁ ପରାମର୍ଶ ଦେଇଛି ଗୁଗଲ।
ତେବେ ନିଜ ଆଇଡିକୁ ସୁରକ୍ଷିତ ରଖିବା ପାଇଁ ଗୁଗଲ ଗ୍ରାହକଙ୍କୁ ନିଜ ପାସ୍‌ଓ୍ଵାର୍ଡ ସମୟେ ସମୟେ ବଦଳାଇବାକୁ ପରାମର୍ଶ ଦେଇଛି। ଏହା ଦ୍ୱାରା କେହି ଆପଣଙ୍କ ଡାଟା ଚୋରି କରିପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.