Below header

ବ୍ରିକ୍ସର କଳେବର ବଢ଼ିଲା, ସାମିଲ ହେଲେ ୬ ନୂଆ ଦେଶ; ଜାନୁୟାରୀ ୧ରୁ ଲାଗୁ ହେବ ସଦସ୍ୟତା

BRICSରେ ୬ଟି ନୂଆ ଦେଶକୁ ଏଣ୍ଟ୍ରି ମିଳିଛି। ଇରାନ, ଆର୍ଜେଣ୍ଟିନା, ଇଥିଓପିଆ, ଇଜିପ୍ଟ, ୟୁଏଇ ଓ ସାଉଦି ଆରବ ଏବେ ବ୍ରିକ୍ସରେ ସାମିଲ ହେବେ। ଜୋହାନ୍ସବର୍ଗରେ ଚାଲିଥିବା ବ୍ରିକ୍ସର ୧୫ତମ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ରାମଫୋସା ଏହା ଘୋଷଣା କରିଛନ୍ତି।

BRICSରେ ୬ଟି ନୂଆ ଦେଶକୁ ଏଣ୍ଟ୍ରି ମିଳିଛି। ଇରାନ, ଆର୍ଜେଣ୍ଟିନା, ଇଥିଓପିଆ, ଇଜିପ୍ଟ, ୟୁଏଇ ଓ ସାଉଦି ଆରବ ଏବେ ବ୍ରିକ୍ସରେ ସାମିଲ ହେବେ। ଜୋହାନ୍ସବର୍ଗରେ ଚାଲିଥିବା ବ୍ରିକ୍ସର ୧୫ତମ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ରାମଫୋସା ଏହା ଘୋଷଣା କରିଛନ୍ତି। ଏହି ସମୟରେ ପିଏମ୍‌ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ।

ବର୍ତ୍ତମାନ BRICSରେ ୫ ଦେଶ ବିରେ ବ୍ରାଜିଲ୍‌, ଆର୍‌ରେ ରୁଷ୍‌, ଆଇରେ ଇଣ୍ଡିଆ, ସିରେ ଚୀନ ଏବଂ ଏସ୍‌ରେ ଦକ୍ଷିଣ ଆଫ୍ରିକା ଅନ୍ତର୍ଭୁକ୍ତ ଅଛନ୍ତି। ଆଗକୁ ଆଉ ୬ଟି ଦେଶଙ୍କୁ ଏଥିରେ ସାମିଲ କରିବାକୁ ଘୋଷଣା କରାଯାଇଛି। ଅର୍ଥାତ୍‌ ବ୍ରିକ୍ସରେ ମୋଟ ୧୧ ସଦସ୍ୟ ହୋଇଯିବେ। ବର୍ତ୍ତମାନ ବ୍ରିକ୍ସକୁ ବ୍ରିକ୍ସ ପ୍ଲସ୍‌ କୁହାଯାଉଛି।

ରାମଫୋସା କହିଛନ୍ତି, ବିସ୍ତାର ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ଆମର ସହମତି ରହିଛି ଏବଂ ଅନ୍ୟାନ୍ୟ ପର୍ଯ୍ୟାୟ ଏହାପରେ ହେବ। ଆମେ ଇରାନ, ଆର୍ଜେଣ୍ଟିନା, ଇଥିଓପିଆ, ଇଜିପ୍ଟ, ୟୁଏଇ ଓ ସାଉଦି ଆରବକୁ ବ୍ରିକ୍ସର ପୂର୍ଣ୍ଣ ସଦସ୍ୟ କରିବା ପାଇଁ ଆମନ୍ତ୍ରିତ କରିବାକୁ ନିଷ୍ପତ୍ତି ନେଇଛୁ। ୨୦୨୪ ଜାନୁୟାରୀ ୧ରୁ ସେମାନଙ୍କ ସଦସ୍ୟତା ଲାଗୁ ହେବ।

କହି ରଖୁଛୁ, ଜୋହାନ୍ସବର୍ଗରେ ଚାଲିଥିବା ସମ୍ମିଳନୀରେ ବ୍ରିକ୍ସ ଗ୍ରୁପ୍‌ର କଳେବର ବୃଦ୍ଧି ପ୍ରମୁଖ ବିଷୟ ରହିଛି। ୪୦ରୁ ଅଧିକ ଦେଶ ବ୍ରିକ୍ସରେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ସେଥି ମଧ୍ୟରୁ ୨୩ଟି ଦେଶ ଏହାର ସଦସ୍ୟତା ପାଇଁ ଆବେଦନ କରିଥିବା ବେଳେ ସେଥିରେ ସାଉଦି ଆରବ, ୟୁଏଇ ଓ ଆର୍ଜେଣ୍ଟିନା ଅନ୍ତର୍ଭୁକ୍ତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.