QR କୋଡ ସ୍କାନ କରୁଥିଲେ ସାବଧାନ, ହୋଇପାରନ୍ତି ସ୍କାମର ଶିକାର

କ୍ୟୁଆର କୋଡ ସ୍କାମରେ ସ୍କାମର୍ସ ଗୋଟିଏ ଫ୍ରଡ କ୍ୟୁଆର କୋଡ ବ୍ୟବହାର କରିଥାଏ । ପରେ ସରଳ ବିଶ୍ବାସୀ ଲୋକଙ୍କୁ ଏହି କୋଡକୁ ଫୋନରେ ସ୍କାନ କରିବା ପାଇଁ ବୁଝାଇବାକୁ ଚେଷ୍ଟା କରେ । ଏହି କୋଡ ଦ୍ବାରା ଆପଣଙ୍କ ଫୋନରେ ମାଲୱେର ଇନଷ୍ଟଲ ହୋଇଥାଏ ଯାହା ଆପଣଙ୍କ ଫୋନରୁ ବ୍ୟକ୍ତିଗତ ଏବଂ ଆର୍ଥିକ ତଥ୍ୟକୁ ଚୋରି କରିଥାଏ ।

ଟେକ୍ନୋଲୋଜି ଦିନକୁ ଦିନ ଉନ୍ନତ ହେଉଛି । ଏହି ଟେକ୍ନୋଲୋଜି ଦ୍ବାରା ଲୋକଙ୍କୁ ଅନେକ ଲାଭ ମିଳୁଥିବା ବେଳେ କିଛି ଠକ ଲୋକଙ୍କୁ ଠକିବାକୁ ମଧ୍ୟ ପଛାଉ ନାହାନ୍ତି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିରେ ମଧ୍ୟ ଆମେ ଏହା ଦେଖିସାରିଛୁ । ଏଆଇ ସାହାଯ୍ୟରେ ଲୋକେ ନୂଆ ନୂଆ ସ୍କାମ କରିବାର ଉପାୟ ଖୋଜୁଛନ୍ତି । ଅନଲାଇନରେ ହେଉଥିବା ବିଭିନ୍ନ ସ୍କାମ ମଧ୍ୟରୁ QR କୋଡ ସ୍କାମ ଅନ୍ୟତମ । ଏହି ଅନଲାଇନ ସ୍କାମ ଦ୍ରୁତଗତିରେ ବୃଦ୍ଧି ପାଉଛି ଏବଂ ଅନେକ ଲୋକ ଏହାର ଶିକାର ହେଉଛନ୍ତି । ତେବେ ଆସନ୍ତୁ ଜାଣିବା ଏହି QR କୋଡ ସ୍କାମ କଣ ।

କ୍ୟୁଆର କୋଡ ସ୍କାମରେ ସ୍କାମର୍ସ ଗୋଟିଏ ଫ୍ରଡ କ୍ୟୁଆର କୋଡ ବ୍ୟବହାର କରିଥାଏ । ପରେ ସରଳ ବିଶ୍ବାସୀ ଲୋକଙ୍କୁ ଏହି କୋଡକୁ ଫୋନରେ ସ୍କାନ କରିବା ପାଇଁ ବୁଝାଇବାକୁ ଚେଷ୍ଟା କରେ । ଏହି କୋଡ ଦ୍ବାରା ଆପଣଙ୍କ ଫୋନରେ ମାଲୱେର ଇନଷ୍ଟଲ ହୋଇଥାଏ ଯାହା ଆପଣଙ୍କ ଫୋନରୁ ବ୍ୟକ୍ତିଗତ ଏବଂ ଆର୍ଥିକ ତଥ୍ୟକୁ ଚୋରି କରିଥାଏ । ପରେ ସାଇବର ଠକ ଅତି ସହଜରେ ଆପଣଙ୍କ ଆକାଉଣ୍ଟ ପର୍ଯ୍ୟନ୍ତ ପହଞ୍ଚି ପାରେ ।

ନିକଟରେ ଜଣେ ୩୦ ବର୍ଷିୟ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ପ୍ରଫେସର କ୍ୟୁଆର କୋଡ ସ୍କାମର ଶିକାର ହୋଇଛନ୍ତି । ପ୍ରଫେସର ଜଣଙ୍କ ଅଗଷ୍ଟ ୧୧ରେ ଅନଲାଇନରେ ନିଜର ୱାସିଂ ମେସିନ ବିକ୍ରି କରିବା ପାଇଁ ଚାହୁଁଥିଲେ । ପରେ ଖୁବଶୀଘ୍ର ସେ ନିଜର ଗ୍ରାହକ ପାଇଥିଲେ, ଯେ ସେହି ୱାସିଂ ମେସିନକୁ କିଣିବା ପାଇଁ ଚାହିଁଥିଲା । ସେହି ବ୍ୟକ୍ତି ଜଣଙ୍କ ଆବଶ୍ୟକ ମୂଲ୍ୟ ଦେବାକୁ ମଧ୍ୟ ରାଜି ହୋଇଥିଲା । ପରେ ଗ୍ରାହକ ପ୍ରଫେସରଙ୍କୁ ଏକ କ୍ୟୁଆର କୋଡ ପଠାଇଥିଲା । ଏବଂ ସେହି କ୍ୟୁଆର କୋଡକୁ ସ୍କାନ କରି ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ପ୍ରଫେସର ଜଣଙ୍କ ପାଇ ପାରିବେ ବୋଲି ଉକ୍ତ ବ୍ୟକ୍ତି କହିଥିଲା । ପ୍ରଫେସର କ୍ୟୁଆର କୋଡ ସ୍କାନ କରିବା ପରେ ହଠାତ ତାଙ୍କ ଆକାଉଣ୍ଟରୁ ୬୩,୦୦୦ ଟଙ୍କା ଗାୟବ ହୋଇଯାଇଥିଲା । ପରେ ବ୍ୟକ୍ତି ଜଣଙ୍କ ଜାଣିବାକୁ ପାଇଥିଲେ ସେ ଠକାମୀର ଶିକାର ହୋଇଛନ୍ତି । ତେବେ ଏହି ସ୍କାମରୁ ଆପଣ କିପରି ରକ୍ଷା ପାଇବେ ।

ଏହି ସ୍କାମରେ ଫସିବାର ମୁଖ୍ୟ କାରଣ ହେଉଛି ସାଧାରଣ ମଣିଷ କ୍ୟୁଆର କୋଡକୁ ଭଲ ଭାବେ ଦେଖି ନଥାଏ । ଏବଂ ବର୍ତ୍ତମାନ ପ୍ରାୟତଃ ସମସ୍ତେ କ୍ୟୁଆର କୋଡ ସ୍କାନ କରି ବିଭିନ୍ନ ସ୍ଥାନରେ ପେମେଣ୍ଟ କରୁଛନ୍ତି । ତେବେ ଯଦି ଆପଣ ଏହି ସ୍କାମରୁ ବଞ୍ଚିବାକୁ ଚାହୁଁଛନ୍ତି କିଛି ନିର୍ଦ୍ଦିଷ୍ଟ ପଦକ୍ଷେପ ଅନୁସରଣ କରନ୍ତୁ ।

.ଆପଣ ବିଲ ପେମେଣ୍ଟ କରିବା ସମୟରେ କ୍ୟୁଆର କୋଡ କେଉଁ ସ୍ଥାନରେ ରହିଛି ତାହା ଲକ୍ଷ୍ୟ କରନ୍ତୁ । ଯଦି ଏହା ନିକଟରେ କୌଣସି ସିକ୍ୟୁରିଟି ନାହିଁ ଏହାକୁ ସ୍କାନ କରିବାରୁ ଦୂରେଇ ରୁହନ୍ତୁ ।
.ନିଜର ୟୁପିଆଇ ଆଇଡି କିମ୍ବା ବ୍ୟାଙ୍କ ଆକାଉଣ୍ଟର ଡିଟେଲ୍ସ ଅଜଣା ଲୋକଙ୍କ ସହ ସେୟାର କରନ୍ତୁ ନାହିଁ ।
. ଯଦି ଆପଣ ଓଏଲଏକ୍ସ କିମ୍ବା ଅନ୍ୟ ସାଇଟମାନଙ୍କରେ କିଛି ବିକ୍ରି କରୁଛନ୍ତି ତେବେ କ୍ୟାସ ପେମେଣ୍ଟ କରନ୍ତୁ ।
. ଯଦି ଆପଣଙ୍କୁ କେହି ଟଙ୍କା ପଠାଇବାର ଥିବ ତେବେ ଆପଣ ସେମାନେ ପଠାଇଥିବା କ୍ୟୁଆର କୋଡ ସ୍କାନ କରନ୍ତୁ ନାହିଁ ।
. ଏପରିକି ଟଙ୍କା ପଠାଇବା ସମୟରେ କ୍ୟୁଆର କୋଡ ସ୍କାନର ଦ୍ବାରା ଦିଆଯାଇଥିବା ଡିଟେଲ୍ସକୁ ଭଲ ଭାବେ ଯାଞ୍ଚ କରନ୍ତୁ ।
. ଯଦି କ୍ୟୁଆର କୋଡରେ ଅନ୍ୟ କୌଣସି କ୍ୟୁଆର କୋଡ କଭର ଷ୍ଟିକର ଲାଗିଥିବା ଦେଖନ୍ତି ତେବେ ଏହାକୁ ସ୍କାନ କରିବାରୁ ଦୂରେଇ ରୁହନ୍ତୁ ।
. ଓଟିପି ସେୟାର କରନ୍ତୁ ନାହିଁ ।
. ଯଦି ଆପଣ କିଛି ବିକ୍ରି କରୁଛନ୍ତି କିମ୍ବା କିଣୁଛନ୍ତି ତେବେ ସବୁବେଳେ ଅନଲାଇନ ୱେସାଇଟରେ ବ୍ୟକ୍ତିଙ୍କ ପରିଚୟ ଚେକ କରନ୍ତୁ ।
. ଆବଶ୍ୟକ ନଥିଲେ ନିଜ ମୋବାଇଲ ନମ୍ବର ସେୟାର କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.