ଏସିଆ କପ୍ ପୂର୍ବରୁ ବିରାଟ କୋହଲି ପାସ୍ କଲେ ୟୋ-ୟୋ ଟେଷ୍ଟ, ଇନଷ୍ଟାରେ ସେୟାର କଲେ ପୋଷ୍ଟ
ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଆଗାମୀ ଏସିଆ କପ ପୂର୍ବରୁ ୟୋ ୟୋ ଟେଷ୍ଟ ପାସ୍ କରିଛନ୍ତି । ଟେଷ୍ଟ ପାସ୍ କରିବା ପରେ ଇନଷ୍ଟାରେ ପୋଷ୍ଟ ସେୟାର କରି ଜଣାଇଛନ୍ତି କୋହଲି ।

ଭାରତୀୟ ଟିମର ଷ୍ଟାର ବ୍ୟାଟର ବିରାଟ କୋହଲି ଆଗାମୀ ଏସିଆ କପ ୨୦୨୩ ପୂର୍ବରୁ ୟୋ-ୟୋ ଟେଷ୍ଟ ପାସ୍ କରିଛନ୍ତି । କୋହଲି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଷ୍ଟୋରୀ ପୋଷ୍ଟ କରିଛନ୍ତି । ୟୋ-ୟୋ ଟେଷ୍ଟରେ ବିରାଟ କୋହଲି ୧୭.୨ ସ୍କୋର କରିଛନ୍ତି । ଏପର୍ଯ୍ୟନ୍ତ ଅନ୍ୟ ଖେଳାଳିଙ୍କ ସ୍କୋର ସାମ୍ନାକୁ ଆସିନାହିଁ ।
ବିରାଟ କୋହଲି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି, ଯେଉଁଥିରେ ଲେଖିଛନ୍ତି, ୟୋ-ୟୋ ଟେଷ୍ଟ ଶେଷ କରିବାକୁ ଖୁସି । ୧୭.୨ ଡନ୍ ।
ୟୋ-ୟୋ ଟେଷ୍ଟରେ ପାସ୍ ହେବାକୁ ଭାରତୀୟ ଖେଳାଳିଙ୍କୁ ଅତିକମରେ ୧୭.୧ ସ୍କୋର କରିବା ଜରୁରୀ । ଏସିଆ କପ୍ ପୂର୍ବରୁ ବାଙ୍ଗାଲୋରର ଅଲୁରରେ ଆଗାମୀ ଭାରତୀୟ ଟିମର କ୍ୟାମ୍ପ ହେବ । ସେଥିରେ ସମସ୍ତ ଖେଳାଳି ୟୋ-ୟୋ ଟେଷ୍ଟ ଦେବା ଜରୁରୀ । ଏସିଆ କପ୍ ପାଇଁ ୧୭ ଜଣିଆ ଟିମ୍ ବିସିସିଆଇ ଘୋଷଣା କରିଛି ।
ୟୋ-ୟୋ ଟେଷ୍ଟ ଇତିହାସରେ ଭାରତୀୟ ଖେଳାଳି ମଧ୍ୟରେ ସବୁଠାରୁ ଅଧିକ ରବିନ୍ଦ୍ର ଜାଡେଜା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଅଧିକ ୧୯-୧୯ ସ୍କୋର କରିଛନ୍ତି । ଜମ୍ମୁ କଶ୍ମୀରର ଖେଳାଳି ଅହମଦ ବନ୍ଦେ ଭାରତ ପାଇଁ ୟୋ-ୟୋ ଟେଷ୍ଟରେ ସର୍ବାଧିକ ସ୍କୋର କରିଛନ୍ତି । ଏହି ଖେଳାଳି ଜଣକ ୨୦୧୮ରେ ଟେଷ୍ଟରେ ୧୯.୪ ସ୍କୋର କରିଥିଲେ ।
ତେବେ ଆହତଜନିତ ସମସ୍ୟା ପରେ ଟିମକୁ ଫେରିଥିବା ଶ୍ରେୟସ ଆୟର ଏବଂ କେଏଲ ରାହୁଲଙ୍କ ୟୋ-ୟୋ ଟେଷ୍ଟକୁ ନେଇ ସମସ୍ତଙ୍କ ନଜର ରହିଛି । ଜସପ୍ରୀତ ବୁମରା ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ମଧ୍ୟ ଏହି ଟେଷ୍ଟ ପାସ୍ କରିବା ଜରୁରୀ ।