ପୁରୁଣା ବାସଭବନକୁ ଯିବାକୁ ଚାହୁଁ ନାହାନ୍ତି ରାହୁଲ ଗାନ୍ଧି, ହାଉସିଂ କମିଟିକୁ ଚିଠି ଲେଖି ଜଣାଇଲେ

କଂଗ୍ରେସ ନେତା ତଥା ୱାୟାନାଡ ସାଂସଦ ରାହୁଲ ଗାନ୍ଧିଙ୍କ ସଦସ୍ୟତା ଫେରିବା ପରେ ତାଙ୍କୁ ତାଙ୍କର ପୁରୁଣା ବାସଭବନ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଏବେ ଖବର ରହିଛି ଯେ ରାହୁଲ ଗାନ୍ଧି ନିଜେ ୧୨ ତୁଗଲକ୍‌ ଲେନ୍‌ସ୍ଥିତ ଏହି ବଙ୍ଗଳାକୁ ଶିଫ୍ଟ ହେବାକୁ ଚାହୁଁ ନାହାନ୍ତି।

କଂଗ୍ରେସ ନେତା ତଥା ୱାୟାନାଡ ସାଂସଦ ରାହୁଲ ଗାନ୍ଧିଙ୍କ ସଦସ୍ୟତା ଫେରିବା ପରେ ତାଙ୍କୁ ତାଙ୍କର ପୁରୁଣା ବାସଭବନ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଏବେ ଖବର ରହିଛି ଯେ ରାହୁଲ ଗାନ୍ଧି ନିଜେ ୧୨ ତୁଗଲକ୍‌ ଲେନ୍‌ସ୍ଥିତ ଏହି ବଙ୍ଗଳାକୁ ଶିଫ୍ଟ ହେବାକୁ ଚାହୁଁ ନାହାନ୍ତି। ଏ ନେଇ ସେ ହାଉସିଂ କମିଟିକୁ ମଧ୍ୟ ଚିଠି ଲେଖି ଅବଗତ କରାଇଛନ୍ତି।

କହି ରଖୁଛୁ, ଆମେଠି ସାଂସଦ ଭାବରେ ରାହୁଲ ଗାନ୍ଧିଙ୍କୁ ଏହି ବାସଭବନ ୧୯ ବର୍ଷ ପୂର୍ବେ ଦିଆଯାଇଥିଲା। ୧୨ ତୁଗଲକ ଲେନ୍‌ର ଏହି ବାସଭବନ ଟାଇପ୍‌-୭ ବିଶିଷ୍ଟ। ଟାଇପ୍‌-୭ ବଙ୍ଗଳାର କ୍ଷେତ୍ର ୧ରୁ ଦେଢ଼ ଏକର ମଧ୍ୟରେ ହୋଇଥାଏ। ଏଥିରେ ଟାଇପ୍‌-୮ ବାସଭବନ ତୁଳନାରେ ଗୋଟିଏ ବେଡ୍‌ରୁମ କମ୍‌ (୪ ବେଡ୍‌ରୁମ) ଥାଏ।

ଏମିତି ବାସଭବନ ଅଶୋକା ରୋଡ୍‌, ଲୋଧି ଇଷ୍ଟେଟ୍‌, କୁଶକ ରୋଡ୍‌, କ୍ୟାନିଙ୍ଗ୍‌ ଲେନ, ତୁଗଲକ ଲେନ୍‌ ଆଦି ସ୍ଥାନରେ ରହିଛି। ଏହି ବଙ୍ଗଳାଗୁଡ଼ିକ ବରିଷ୍ଠ ସାଂସଦ, ରାଜ୍ୟମନ୍ତ୍ରୀ ଏବଂ ଦିଲ୍ଲୀ ହାଇକୋର୍ଟଙ୍କ ଜଜ୍‌ମାନଙ୍କୁ ଆବଣ୍ଟିତ ହୋଇଥାଏ।

ସୂଚନା ମୁତାବକ, ରାହୁଲ ଗାନ୍ଧିଙ୍କୁ ହାଉସିଂ କମିଟି ତରଫରୁ ସାତ ସଫଦରଗଞ୍ଜ ଲେନ୍‌ ଏବଂ ତିନି ସାଉଥ୍‌ ଆଭେନ୍ୟୁ ବଙ୍ଗଳାର ଅପ୍‌ସନ ଦିଆଯାଇଛି। ରାହୁଲଙ୍କ ଟିମ୍‌ର ଲୋକେ ଉଭୟ ବଙ୍ଗଳାକୁ ଯାଞ୍ଚ କରି ସାରିଛନ୍ତି। ହେଲେ ଏ ପର୍ଯ୍ୟନ୍ତ କିଛି ସ୍ଥିର ହୋଇନାହିଁ। ତାଙ୍କ ଟିମ୍‌ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବଙ୍ଗଳା ଯାଞ୍ଚ କରୁଛନ୍ତି, କାରଣ, ରାହୁଲଙ୍କ ପାଖରେ ଜେଡ୍‌ ପ୍ଲସ୍‌ର ସୁରକ୍ଷା ରହିଛି।

Leave A Reply

Your email address will not be published.