ଦମ୍ପତି ନିଜ ପିଲାର ନାମ ଏମିତି ରଖିଲେ ଯେ, ୨୦୮୦ ମସିହା ପର୍ଯ୍ୟନ୍ତ ସେମାନଙ୍କୁ ଫ୍ରୀରେ ମିଳିବ ପିଜ୍ଜା

ବାପା-ମା ହେବା ପରେ ସବୁଠାରୁ ବଡ କାମ ହେଉଛି ପିଲାଙ୍କର ନାମକରଣ କରିବା। କିଛି ବାପା ମାଆ ନିଜ ପିଲାଙ୍କର ପପୁଲାର ନାମ ଦେଇଥାନ୍ତି ତ ଆଉ କିଛି ଲୋକ ୟୁନିକ ଏବଂ ରେୟାର ନାମ ଦେବାକୁ ପୂରା ଚେଷ୍ଟା ଚଲାଇଥାନ୍ତି। କିନ୍ତୁ ଏସବୁ ଠାରୁ ଅଲଗା ଅଷ୍ଟ୍ରେଲିୟାର ଏକ ଦମ୍ପତି ନିଜ ପିଲାର ଏମିତି ନାମ ଦେଇଛନ୍ତି, ଯେଉଁଥିପାଇଁ ତାଙ୍କୁ ୨୦୮୦ ପର୍ଯ୍ୟନ୍ତ ଫ୍ରିରେ ପିଜ୍ଜା ଖାଇବାକୁ ମିଳିବ। ସାରାଦୁନିଆରେ ବେଶ୍‌ ଲୋକପ୍ରିୟ କମ୍ପାନୀ Domino’s ଅଷ୍ଟ୍ରେଲିଆର ଏହି ଦମ୍ପତିଙ୍କୁ ଜଣାଇଛି ଯେ ସେମାନେ ୬୦ ବର୍ଷ ପର୍ଯ୍ୟନ୍ତ ମାଗଣାରେ ପିଜ୍ଜା ପାଇବାର ସର୍ତ୍ତ ଜିତି ନେଇଛନ୍ତି।

ସୂଚନା ମୁତାବକ ନିଜର ୬୦ ବର୍ଷ ପୂରା ହେବା ଅବସରରେ ଡମିନୋଜ୍‌ ଇନଷ୍ଟାଗ୍ରାମ ପୋଷ୍ଟରେ ଏକ ପ୍ରତିଯୋଗିତା ଘୋଷଣା କରିଥିଲା। ଯେଉଁଥିରେ ସର୍ତ୍ତ ଥିଲା ଯେ ଅଷ୍ଟ୍ରେଲିୟାରେ ଯଦି କାହାର ଶିଶୁ ୯ ଡିସେମ୍ବର ୨୦୨୦ରେ ଜନ୍ମ ହୁଅନ୍ତି ଏବଂ ପେରେଣ୍ଟସ ତାର ନାମ Dominic କିମ୍ବା Dominique ରଖନ୍ତି ତାହେଲେ ତାଙ୍କୁ ଆସନ୍ତା ୬ ଦଶକ ପର୍ଯ୍ୟନ୍ତ ଫ୍ରୀରେ ଡମିନୋଜ୍‌ ପିଜ୍ଜା ମିଳିବ।

pizzaତେବେ ସିଡନୀର ଜଣେ ଦମ୍ପତି ଏହି ପ୍ରତିଯୋଗିତା ଜିତିଲେ। ଯାହା ବିଷୟରେ ତାଙ୍କୁ କୌଣସି ସୂଚନା ବି ନତିଲା। ଆଜ୍ଞା ହଁ, ସେମାନେ ପୂର୍ବରୁ ହି ତାଙ୍କ ପିଲାର ନାମ ରଖିବାକୁ ଭାବିଥିଲେ। ଯେତେବେଳେ ସମ୍ପର୍କୀୟ ସେମାନଙ୍କୁ ଏହି ପ୍ରତିଯୋଗିତା ବିଷୟରେ ଜଣାଇଲେ, ସେତେବେଳେ ସେମାନେ ଏଥିରେ ଭାଗ ନେଲେ।

ଆଉ ଏମାନେ ହିଁ ଥିଲେ ୯ ଡିସେମ୍ବରର ପୂରା ଅଷ୍ଟ୍ରେଲିୟାର ଏକମାତ୍ର ପେରେଣ୍ଟସ, ଯିଏ କି ନିଜ ପିଲାର ନାମ କମ୍ପାନୀ ବତାଇଥିବା ନାମରେ ରଖିଲେ। ସର୍ତ୍ତ ଅନୁଯାୟୀ ଦମ୍ପତିଙ୍କୁ ୬୦ ବର୍ଷ ପର୍ଯ୍ୟନ୍ତ ଅର୍ଥାତ ୨୦୮୦ ମସିହା ଯାଏଁ ସବୁ ମାସ ୧୪ ଡଲାରର ପିଜ୍ଜା ମାଗଣାରେ ମିଳିବ।

You might also like