Below header

CEBR ବାର୍ଷିକ ରିପୋର୍ଟ : ୨୦୨୮ ବେଳକୁ ଆମେରିକାକୁ ପଛରେ ପକାଇ ଚୀନ୍‌ ହୋଇଯିବ ସୁପର ପାଓ୍ଵାର, ଭାରତ ବି କରିବ କମାଲ୍‌

ନୂଆଦିଲ୍ଲୀ : କରୋନା ଭାଇରସ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରିଛି । ତେବେ କିଛି ଦେଶରେ ଅର୍ଥ ବ୍ୟବସ୍ଥାରେ କିଛି ସୁଧାର ଆସିଥିବା ସଂକେତ ମିଳିଛି । ଚୀନ୍‌ର ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିଛି । ଅନୁମାନ କରାଯାଉଛି ଯେ ୨୦୨୮ ବେଳକୁ ଚୀନ୍‌ ଆମେରିକାକୁ ପଛରେ ପକାଇ ବିଶ୍ୱର ସବୁଠୁ ବଡ଼ ଆର୍ଥକ ସ୍ଥିତିରେ ପହଞ୍ଚିଯିବ । ପୂର୍ବରୁ ଆଶା କରାଯାଉଥିଲା ଯେ ଚୀନ୍‌ ୨୦୩୩ ବେଳକୁ ଏପରି ସ୍ଥିତିରେ ପହଞ୍ଚିବ । ହେଲେ ଆକଳନ କରାଯାଉଥିବା ୫ ବର୍ଷ ପୂର୍ବରୁ ଚୀନ୍‌ ସର୍ବଶ୍ରେଷ୍ଠ ଆର୍ଥିକ ସ୍ଥିତିରେ ପହଞ୍ଚିଯିବ ବୋଲି ଆଶା କରାଯାଉଛି ।

ଆର୍ଥିକ ବ୍ୟବସ୍ଥାକୁ ନେଇ ଏବେ ବି ସଂଘର୍ଷ କରୁଛି ଆମେରିକା :

ଏବେ ଆମେରିକାର କରୋନା ଭାଇରସ ସ୍ଥିତିରେ କିଛି ସୁଧାର ଆସିଛି । ତଥାପି ଆମେରିକା ଆର୍ଥିକ ସଙ୍କଟରୁ ମୁକୁଳିବା ପାଇଁ ସଂଘର୍ଷ କରୁଛି । ଏହି କାରଣରୁ ସେଣ୍ଟର ଫର୍‌ ଇକୋନମିକ୍ସ ଆଣ୍ଡ୍‌ ବିଜିନେସ୍‌ ରିସର୍ଚ୍ଚ (CEBR) ତା’ର ବାର୍ଷିକ ରିପୋର୍ଟରେ ଏହି ତଥ୍ୟ ଦାବି କରିଛି ଯେ ଚୀନ୍‌ ୨୦୨୮ ବେଳକୁ ସୁପର ପାଓ୍ଵାର ହୋଇଯିବ ।

କ’ଣ ହେବ ଆର୍ଥିକ ବୃଦ୍ଧି ଦର :

ଏହି ତଥ୍ୟ ଅନୁଯାୟୀ, ୨୦୨୬ ରୁ ୨୦୩୦ ମଧ୍ୟରେ ବାର୍ଷିକ ଆର୍ଥିକ ସ୍ଥିତି ୪.୫ ପ୍ରତିଶତ ଧିମା ହେବାକୁ ଆଶଙ୍କା ରଖି ଚୀନ୍‌ ୨୦୨୧ ରୁ ୨୦୨୫ ମଧ୍ୟରେ ବାର୍ଷିକ ୫.୭ ପ୍ରତିଶତ ଆର୍ଥିକ ବୃଦ୍ଧି ପାଇଁ ପ୍ରସ୍ତୁତି ହେବ । ୨୦୨୧ ରେ ଆମେରିକା କରୋନା ପରେ ଯେଉଁ ଆର୍ଥିକ ସ୍ଥିତିର ସୁଧାର ହେବା ଆଶା କରାଯାଉଥିଲା ତାହା କ୍ଷୀଣ ହେଉଛି । ତେଣୁ ୨୦୨୨ ରୁ ୨୦୨୪ ମଧ୍ୟରେ ଆମେରିକାର ଆର୍ଥିକ ଅଭିବୃଦ୍ଧି ହ୍ରାସ ପାଇ ୧.୯ ପ୍ରତିଶତ ରୁ ୧.୬ ପ୍ରତିଶତ ରେ ପହଞ୍ଚିଯିବ । ତେଣୁ ଚୀନ୍‌ ସୁପର ପାଓ୍ଵର ହେବ ବୋଲି (CEBR) ତା’ର ବାର୍ଷିକ ରିପୋର୍ଟରେ ପ୍ରକାଶ କରିଛି ।

ଜାପାନକୁ ବଳିଯିବ ଭାରତ :

ଭାରତ ବିଷୟରେ(CEBR) ତା’ର ବାର୍ଷିକ ରିପୋର୍ଟରେ କହିଛି ଯେ ଭାରତ ମଧ୍ୟ କମାଲ କରିବ । ୨୦୩୦ ବେଳକୁ ଭାରତ ମଧ୍ୟ ଜାପାନକୁ ଟପିଯିବ । ଏହି ତଥ୍ୟ ଅନୁଯାୟୀ ୨୦୩୦ ବେଳକୁ ଜାପାନ ବିଶ୍ୱର ୩ୟ ଆର୍ଥିକ ଅଭିବୃଦ୍ଧି ସ୍ଥିତିରେ ଥିବ । ହେଲେ ୨୦୩୦ ସମାପ୍ତ ହେଉ ହେଉ ଭାରତ ମଧ୍ୟ ଜାପାନକୁ ଟପିଯିବ । ଫଳରେ ଜାପାନ ୪ର୍ଥ କିମ୍ବା ୫ମ ସ୍ଥାନକୁ ଖସିଯିବ । ବର୍ତ୍ତମାନ ବ୍ରିଟେନ୍‌ ୫ମ ସ୍ଥାନରେ ରହିଛି । ତେବେ ୨୦୨୪ ବେଳକୁ ବ୍ରିଟେନ୍‌ ୬ଷ୍ଠ ସ୍ଥାନକୁ ଖସିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.