ଅଭିମନ୍ୟୁଙ୍କ ଅସରନ୍ତି ଦୁଃଖ…… ଅନେକ ପ୍ରତିଭାର ଅଧିକାରୀ ହୋଇ ମଧ୍ଯ ବୟସର ଅପରାହ୍ନରେ ଜୀବନ ସହିତ କରିଚାଲିଛନ୍ତି ସଂଘର୍ଷ

ସାଲେପୁର: ସାଲେପୁର ଉତ୍ତର ବଟେସ୍ୱର ଗାଁର ଅତି ଗରିବ ପରିବାରରେ ଜନ୍ମଗ୍ରହଣ କରଥିବା ସ୍ବର୍ଗତ ବୈଷ୍ଣବ ମଲ୍ଲିକଙ୍କର ପୁତ୍ର ଅଭିମନ୍ୟୁ । ଅଭିମନ୍ୟୁଙ୍କ ଜୀବନ ଓ ଜୀବିକା ଆପଣମାନେ ଜାଣିଲେ ଆଖିରୁ ଅଶ୍ରୁ ବୋହି ଆସିବ। କାରଣ ସେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ ହୋଇଛନ୍ତି ସତ କିନ୍ତୁ ତାଙ୍କର ଏହି ଛୋଟ ହୃଦୟ ମଧ୍ୟରେ ଅନେକ ପ୍ରତିଭା ଲୁକ୍କାୟିତ ହୋଇ ରହିଯାଇଛି। ଯାହା ଏଯାଏ ଲୋକଲୋଚନକୁ ଆସିପାରିନାହିଁ  ।

abhimanyuଆମ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନାମାନ ହୋଇଛି ସତ କିନ୍ତୁ ପ୍ରକୃତରେ ଯିଏ ପାଇବା ପାଇଁ ଉପଯୁକ୍ତ ସେମାନେ ପାଇପାରୁନାହାନ୍ତି। ଅଭିମନ୍ୟୁ ରିକ୍ସା ଚାଳନ କରି ନିଜର ଛୋଟ ପରିବାରକୁ ଚଳାନ୍ତି । କିନ୍ତୁ ନିଜର ବୃତ୍ତି କରିବା ସମୟରେ ଅନେକ ଗଳ୍ପ, କବିତା ତାଙ୍କ ହୃଦୟ ମଧ୍ୟରେ ପ୍ରସ୍ପୁଟିତ ହେଉଥାଏ। ତାହା ସହିତ ବଂଶୀର ମଧୁର ତାଳରେ ସମସ୍ତଙ୍କୁ ବିମୋହିତ କରିବାର କଳା ତାଙ୍କ ପାଖରେ ରହିଛି। ଅନେକ ସମୟରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ସେ କେବେ ବି ଭାଙ୍ଗି ପଡିନାହାନ୍ତି । ନିଜର ଛୋଟ ପରିବାରକୁ ଅତି ଆନନ୍ଦରେ ଚଳାଇ ଆସୁଛନ୍ତି। ପାଖରେ ସ୍ତ୍ରୀ ଓ ୨ ପୁତ୍ର ସନ୍ତାନ ଙ୍କୁ ଧରି ଅତି ଗର୍ବ ଓ ଗୌରବର ସହିତ ସେ ତାଙ୍କର ବୃତ୍ତି ସହିତ ଅନ୍ୟାନ୍ୟ କାର୍ଯ୍ୟ ତୁଲାଇ ପାରୁଥିବା କହିଛନ୍ତି।

old manଅନେକ ସମୟରେ ତାଙ୍କୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଭିନ୍ନ ଉତ୍ସବ ଓ ସଭା ସମିତି ରେ ମଧ୍ୟ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ କରିଥାନ୍ତି । ଏହାକୁ ମଧ୍ୟ ଅଭିରାମ ହୃଦୟର ସହ ଗ୍ରହଣ କରି କରିଥାନ୍ତି । ତେବେ ବର୍ତ୍ତମାନ ତାଙ୍କର ବୟସ ଦିନକୁ ଦିନ ବୃଦ୍ଧି ହେବା ଯୋଗୁଁ ସେ ନିଜ କାମ ନିଜେ କରିବା ପାଇଁ ଅସମର୍ଥ ପ୍ରକାଶ କରୁଛନ୍ତି । ଯଦି ସରକାର ଏହାକୁ ଦୃଷ୍ଟିରେ ରଖି କିଛି ଆର୍ଥିକ ସହାୟତା ପ୍ରଦାନ କରନ୍ତେ ତାହାଲେ ନିଶ୍ଚିତ ରୂପେ ତାଙ୍କ ପରିବାର ଉପକୃତ ହୋଇପାରନ୍ତା ବୋଲି ସେ ଆଶା ରଖିଛନ୍ତି ।

ତେବେ ବିଗତ ଦିନରେ ଅଭିମନ୍ୟୁଙ୍କ ଭଳି ଅନେକ ପ୍ରତିଭା ଲୁକ୍କାୟିତ ଭାବେ ରହିଯାଇଛନ୍ତି । ଯେଉଁଭଳି ଭାବେ “ବଣ ମଲ୍ଲୀ ବଣରେ ଫୁଟି ସେହି ସ୍ଥାନରେ ହିଁ ଝଡି ପଡେ” ସେଭଳି ଆଉ ଆଗକୁ କେହି ଯେମିତି ଏଭଳି ସମସ୍ଯା ଦେଇ ନ କରନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.