କାଲି ହସ୍ପିଟାଲରେ ଭର୍ତ୍ତି ହେବା ପରେ ଏବେ କେମିତି ଅଛି ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲ ଜାରି କଲା ଅପଡେଟ୍‌

ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତ ରକ୍ତଚାପ ଯୋଗୁ ଶୁକ୍ରବାର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୂର୍ବାପେକ୍ଷା ଟିକେ ଭଲ ଅଛି ଓ ତାଙ୍କ ରିକଭରି ମଧ୍ୟ ଠିକ୍‌ଭାବେ ହେଉଛି। ଶନିବାର ସକାଳେ ଜାରି ହୋଇଥିବା ମେଡିକାଲ ବୁଲେଟିନ୍‌ରେ ଏହି ସୂଚନା ଦିଆଯାଇଛି। ତେବେ ଏବେ ବି ତାଙ୍କ ବ୍ଳଡ୍‌ ପ୍ରେସର ହାଇ ରହିଥିବା ଦେଖାଯାଇଛି।

 

View this post on Instagram

 

A post shared by Rajinikanth (@rajinikanth)


ଆପୋଲୋ ହସ୍ପିଟାଲ ମୁତାବକ, କାଲି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି। ରାତି ବେଳା ତାଙ୍କ ପାଇଁ ବହୁତ କଷ୍ଟଦାୟକ ଥିଲା। ଏବେ ତାଙ୍କର ବ୍ଲଡ୍‌ ପ୍ରେସର ହାଇ ରହିଛି। ମାତ୍ର କାଲି ତୁଳନାରେ ସ୍ଥିତି ନିୟନ୍ତ୍ରଣରେ ରହିଛି। ତାଙ୍କ ଟେଷ୍ଟ ରିପୋର୍ଟରେ ସେମିତି କିଛି ଭଲ ଫଳ ଆସିନି। ଆଜି ପୁଣିଥରେ ତାଙ୍କର ସବୁ କିଛି ଟେଷ୍ଟ ହେବ। ରିପୋର୍ଟ ସନ୍ଧ୍ୟା ସୁଦ୍ଧା ଆସିବ। ଏବେ ତାଙ୍କୁ ବିଶ୍ରାମ କରିବାକୁ ଓ ଭିଜିଟର୍ସଙ୍କୁ ଭେଟିବାକୁ ବାରଣ କରାଯାଇଛି। ସେ କେବେ ହସ୍ପିଟାଲରୁ ଡିସଚାର୍ଜ ହେବେ ସେ ନେଇ ସନ୍ଧ୍ୟାରେ ରିପୋର୍ଟ ଆସିବା ପରେ ନିଷ୍ପତ୍ତି ନିଆଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

ପ୍ରକାଶ ଯେ ରଜନୀକାନ୍ତ ଗତ ୧୦ ଦିନ ହେବ ହାଇଦ୍ରାବାଦରେ ଏକ ଫିଲ୍ମର ସୁଟିଂ କରୁଥିଲେ। ସେଟ୍‌ରେ କିଛି ଲୋକ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ସେ କ୍ୱରେଣ୍ଟାଇନ୍‌ରେ ଥିଲେ। ମାତ୍ର ହସ୍‌ପିଟାଲରେ ଭର୍ତ୍ତି କରାଯିବା ପରେ ହୋଇଥିବା ଟେଷ୍ଟିଂରେ ‘ଥଲାଇବା’ଙ୍କ କରୋନା ନ ଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.